Skip to content
ମୁମ୍ବାଇ ୧୧/୮: ଅଭିନେତା ସଞ୍ଜୟ ଦତ୍ତଙ୍କୁ ଫୁସଫୁସ କର୍କଟ(କ୍ୟାନସର) ହୋଇଥିବା ସୂଚନା ମିଳିଛି। ତାଙ୍କର ଏହି ରୋଗ ତୃତୀୟ ପର୍ଯ୍ୟାୟରେ ରହିଛି। ଏହି ଗମ୍ଭୀର ରୋଗର ଚିକିତ୍ସା ପାଇଁ ସଞ୍ଜୟ ଦତ୍ତ ଶୀଘ୍ର ବିଦେଶ ଯିବେ। ସୂଚନା ଅନୁଯାୟୀ ସେ ଆମେରିକା ଯାଇ ପାରନ୍ତି। ଆଜି ହିଁ ସଞ୍ଜୟ ଦତ୍ତ ଟ୍ଵିଟ୍ କରି ନିଜର ପ୍ରଶଂସକଙ୍କୁ ସ୍ଵାସ୍ଥ୍ୟ ଅସୁସ୍ଥ ଥିବା ଖବର ଦେଇଥିଲେ। ଏହି ଟ୍ଵିଟ୍ ପରେ ପ୍ରଶଂସକଙ୍କ ଚିନ୍ତା ବଢି ଯାଇଥିଲା। ଏବେ ସଞ୍ଜୟ ଦତ୍ତଙ୍କ କ୍ୟାନସର ରୋଗ ବିଷୟରେ ଶୁଣି ପ୍ରଶଂସକ ଚକିତ ହୋଇ ପଡିଛନ୍ତି ଏବଂ ସାମାଜିକ ଗଣମାଧ୍ୟମରେ ତାଙ୍କ ଆରୋଗ୍ୟକାମନା କରିଛନ୍ତି।ବଲିଉଡ ଅଭିନେତା ସଞ୍ଜୟ ଦତ୍ତ ଡାକ୍ତରୀ ଚିକିତ୍ସା ପାଇଁ ଛୋଟ ବ୍ରେକ୍ ନେଇଛନ୍ତି। ସେ ନିଜର ପ୍ରଶଂସକଙ୍କୁ ଚିନ୍ତା ନକରିବାକୁ ଅନୁରୋଧ କରିଛନ୍ତି। ସେ ଏହା ମଧ୍ୟ କହିଥିଲେ କୌଣସି ପ୍ରକାରର କଳ୍ପନା ଜଳ୍ପନା ଚକ୍କରରେ ପଡନ୍ତୁ ନାହିଁ। ୬୧ ବର୍ଷୀୟ ଅଭିନେତାଙ୍କୁ ନିଃଶ୍ଵାସ ପ୍ରଶ୍ଵାସ ନେବାରେ କଷ୍ଟ ଅନୁଭବ ହେବାରୁ ଶନିବାର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଏବଂ ସୋମବାର ହସ୍ପିଟାଲରୁ ସେ ଘରକୁ ମଧ୍ୟ ଫେରିଥିଲେ।