66

କରୋନା ସଚେତନତା ସହିତ ମାସ୍କ ଓ ରେନକୋର୍ଟ ବଂଟନ

କେନ୍ଦ୍ରାପଡା,୧୩/୮(ଓଡିଆନ୍ ମିଡ଼ିଆ ):ରୋଟାରୀ କ୍ଳବ ଭୁବନେଶ୍ୱର ୟୁନିକ ଓ ବସନ୍ତ ମଞ୍ଜରୀ ଗ୍ରାମୀଣ ଚକ୍ଷୁ ଚିକିତ୍ସାଳୟର ମିଳିତ ଆନୁକୁଲ୍ୟରେ ଏକ କରୋନା ସଚେତନତା ଶିବିର କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଓସ୍ତପୁରସ୍ଥିତ ବସନ୍ତ ମଞ୍ଜରୀ ଗ୍ରାମୀଣ ଚକ୍ଷୁ ଚିକିତ୍ସାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଅନୁଷ୍ଠିତ ସଚେତନତା ଶିବିରରେ ଚକ୍ଷୁ ଚିକିତ୍ସାଳୟର ପ୍ରତିଷ୍ଠାତା ଅଧ୍ୟକ୍ଷ ପ୍ରଫେସର ଡା. ବିମଳକାନ୍ତ ତ୍ରିପାଠୀ ଅଧ୍ୟକ୍ଷତା କରିଥିଲେ । ଶିବିରରେ ରୋଟାରୀ କ୍ଲବ ଭୂବନେଶ୍ୱର, ୟୁନିକର ସଭାପତି ରୋଟାରୀୟାନ ଡା. ସରୋଜ କୁମାର ତ୍ରିପାଠୀ, ପୂର୍ବତନ ସଭାପତି ଦିବ୍ୟରଞ୍ଜନ ଦାଶ, ସମ୍ପାଦକ ନିରଜନୟନ ଦତ୍ତ ଓ ସୀମା ଅଗ୍ରୱାଲ ପ୍ରମୁଖ ଯୋଗଦେଇ ଉପସ୍ଥିତ ନିକଟସ୍ଥ ଗ୍ରାମାଚଂଳର ଲୋକମାନଙ୍କୁ କରୋନା ମହାମାରୀ ସମ୍ପର୍କରେ ସଚେତନ କରିବା ସହିତ ମାସ୍କ ଓ ରେନକୋର୍ଟ ବଂଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସତ୍ୟବ୍ରତ ସିଂ କାର୍ଯ୍ୟକ୍ରମ ଆୟୋଜନରେ ସହଯୋଗ କରିଥିବା ବେଳେ ସଞ୍ଜୟ କୁମାର ଜେନା, ଧିରେନ୍ଦ୍ର କୁମାର ଦାସ, କିଶୋର ଚନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତଥିଲେ । ଆଗାମୀ ଦିନରେ ଏଠାରେ ଆହୁରି ଅନେକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ସଭାପତି ଡା.ତ୍ରିପାଠୀ ସୂଚନା ଦେଇଛନ୍ତି ।
Spread the love