148

କରୋନା ପାଇଁ ବୁଲିଲା ସଚେତନତା ରଥ

କୁକୁଡ଼ାଖଣ୍ଡି,୧୪/୮(ଓଡିଆନ ମିଡ଼ିଆ) : ମହାମାରୀ କରୋନାକୁ ହରେଇବା ଉଦ୍ଦେଶ୍ୟ ନେଇ ଲୋକମାନଙ୍କୁ ସଚେତନା କରିବା ନିମନ୍ତେ ଗଞ୍ଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଏକ ସଚେତନତା ରଥ ଶୁକ୍ରବାର ଠାରୁ କୁକୁଡ଼ାଖଣ୍ଡି ବ୍ଲକ ପରିସରରୁ ବାହାରିଛି l ଏହି ସଚେତନତା ରଥ ବ୍ଲକର ୨୨ ଟି  ପଞ୍ଚାୟତର ପ୍ରତ୍ୟେକ ଗ୍ରାମକୁ ଗ୍ରାମ ବୁଲି ସଚେତନ କରିବ ।
କୁକୁଡ଼ାଖଣ୍ଡି ବ୍ଲକବାସୀ  କିପରି ଏହି କରୋନା ମହାମାରୀରୁ ରକ୍ଷା ପାଇବେ ସେଥିନିମନ୍ତେ ସଚେତନତା ରଥ ମାଧ୍ୟମରେ ଲୋକଙ୍କ ନିକଟରେ ସଚେତନତା ବାର୍ତ୍ତା ପହଞ୍ଚାଇବ । ପ୍ରତ୍ୟେକ ଗ୍ରାମରେ ଯଦି କୌଣସି ବ୍ୟକ୍ତି କରୋନା ରୋଗୀଙ୍କ ସଂସ୍ପର୍ଶରେ ଆସିଥିବ ତାହା ହେଲେ ସେହି ବ୍ୟକ୍ତିଙ୍କୁ  କିପରି କରୋନା ଦାଉରୁ ସୁରକ୍ଷା କରାଯାଇପାରିବ ସେ ନେଇ କୁକୁଡ଼ାଖଣ୍ଡି ପ୍ରଶାସନ ପକ୍ଷରୁ ଏହି ସଚେତନତା ରଥ ବାହାର କରାଯାଇଛି ।  ଏହି ସଚେତନତା ରଥ ମାଧ୍ୟମରେ  ପ୍ରତ୍ୟେକ ବ୍ୟକ୍ତି ଯଦି କୌଣସି କାର୍ଯ୍ୟରେ ଘରୁ ବାହାରକୁ ଗଲେ ମାସ୍କ ପିନ୍ଧିଵେ , ସାମାଜିକ ଦୂରତା ରକ୍ଷା କରିବେ , ଯଦି କୌଣସି ବ୍ୟକ୍ତିଙ୍କ ଠାରେ କରୋନା ସଂକ୍ରମଣ ଲକ୍ଷଣ ଦେଖାଯାଏ ତେବେ ସଙ୍ଗେ ସଙ୍ଗେ ସ୍ଥାନୀୟ ଅଙ୍ଗନବାଡ଼ି କିମ୍ବା ସ୍ଵାସ୍ଥ୍ୟ କର୍ମୀଙ୍କୁ ଜଣାଇବା ପାଇଁ  ସମସ୍ତଙ୍କୁ ସଚେତନତା କରାଯାଉଛି  । ଏଥିନିମନ୍ତେ ସରକାରଙ୍କ ପକ୍ଷରୁ କଣ ସୁବିଧା ରହିଛି ସେ ନେଇ ଗ୍ରାମବାସୀଙ୍କୁ ସଚେତନତା କରାଯାଉଛି ।  ଏହି ରଥକୁ ବିଡ଼ିଓ ଗଦାଧର ପାତ୍ର , ଵ୍ଳକ ଅଧକ୍ଷ କାମାକ୍ଷା ପ୍ରସାଦ ପାତ୍ର  କୁକୁଡାଖଣ୍ଡି ବ୍ଳକ ପରିସରରୁ ଶୁଭାରମ୍ଭ କରିଥିଲେ । ପ୍ରଥମ ଦିନରେ ଏହି ସଚେତନତା ରଥ କୁକୁଡ଼ାଖଣ୍ଡି ବ୍ଳକର ଲାଠି, ବାଘଲଟି, ସିଂହଳା, କଙ୍କିଆ,ଏବଂ ମୋହୁଡା ଆଦି ପଞ୍ଚାୟତ ଵୁଲି ଲୋକଙ୍କୁ ସଚେତନତାର ବାର୍ତ୍ତା ପହଞ୍ଚାଇଥିବା ନେଇ  ବିଡ଼ିଓ ଶ୍ରୀ ପାତ୍ର ସୂଚନା ଦେଇଛନ୍ତି ।
Spread the love