ଆବଶ୍ୟକ ସାମଗ୍ରୀ : ୨ଟି ଛୋଟ ଇଲିଶି ମାଛି , ୬ ଛୋଟ ଚାମଚ ଜିରା-ସୋରିଷ-ରସୁଣ ବଟା, ୪ଟି ଦୁଇ ଫାଳ ହୋଇଥିବା କଞ୍ଚାଲଙ୍କା, ଅଧା କପ୍ ସୋରିଷ ତେଲ, ଅଧାକପ୍ ଖଟା ଦହି, ଅଳ୍ପ ଧନିଆ ପତ୍ର, ସ୍ବାଦ ମୁତାବକ ଲୁଣ ଓ ହଳଦି ।
ପ୍ରସ୍ତୁତ ପ୍ରଣାଳୀ : ଇଲିଶି ମାଛକୁ ଭଲଭାବରେ ଧୋଇ ରଖନ୍ତୁ ସୋରିଷ ବଟାରେ ଦହି, ତେଲ, ଲୁଣ, ଲଙ୍କା ଓ ହଳଦି ମିଶାଇ ମାଛରେ ଗୋଳାଇ ରଖନ୍ତୁ । ଏହି ମିଶ୍ରଣକୁ ପ୍ରେସର କୁକର୍ କିମ୍ବା କଡ଼େଇରେ ରଖ୍ ଢାଙ୍କୁଣୀ ଘୋଡ଼ାଇ ଧିମା ଆଞ୍ଚରେ ବସାନ୍ତୁ । ପ୍ରେସର କୁକରେ ରାନ୍ଧୁଥିଲେ ସିଟି କାଢ଼ି ଦେବେ । ମଝିରେ ମଝିରେ ଓଲଟାଉଥିବେ । ପାଣି ମରିଆସିଲେ ଓ ତେଲ ଉପରକୁ ଉଠି ଆସିଲେ ଇଲିଶି ବେସର ପ୍ରସ୍ତୁତ ହୋଇଗଲା ବୋଲି ଜାଣିବେ । ଅନ୍ୟ ମାଛ ଅପେକ୍ଷା ଏହି ବେସର ଇଲିଶି କିମ୍ବା ପୋହଳା ମାଛରେ ଅଧୁକ ସୁସ୍ବାଦୁ ଲାଗେ ।
97