173

କୁକୁଡ଼ାଖଣ୍ଡୀ ବ୍ଲକରେ ପାଳିତ ହେଲା ସ୍ୱାଧୀନତା ଦିବସ

ବ୍ରହ୍ମପୁର,୧୫/୮(ମନୋଜ ପାତ୍ର):କୁକୁଡ଼ାଖଣ୍ଡୀ ବ୍ଲକର ବିଭିନ୍ନ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ମାନଙ୍କରେ ୭୪ ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି ।  ବ୍ଲକ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ସ୍ୱାଧୀନତା ଦିବସ ଅବସରରେ କୋଭିଡ ୧୯ ନିୟମ ମୁତାବକ ସମଦୁରତା ରକ୍ଷା କରି ବ୍ଲକ ଅଧ୍ୟକ୍ଷ କାମାକ୍ଷା ପ୍ରସାଦ ପାତ୍ର ମୁଖ୍ୟ ଅତିଥି ରୁପେ ଯୋଗ ଦେଇ ପତାକା ଉତ୍ତୋଳନ କରିଥିଲେ । ଏହି ଅବସରରେ କୁକୁଡ଼ାଖଣ୍ଡି ବ୍ଲକ ବିଡିଓ ଗଦାଧର ପାତ୍ର,ଉପାଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ସାହୁ, ଏଇ ସୁଜିତ କୁମାର ତହଲ,ବରିଷ୍ଠ କିରାଣୀ ସାହେବ ଶବର,ଜେଇ କୈଳାଶ ପାତ୍ର,ସମବାୟବିତ ସୁଧିର ରାଉତ,ବିଏସଏସଓ ସୁକାନ୍ତ କୁମାର ନାୟକ ,ଜିପିଇଓ ,ସିଡ଼ିପିଓ କାର୍ଯ୍ୟାଳୟର ସମସ୍ତ ସୁପ୍ରଭାଇଜର ଙ୍କ ସମେତ ବ୍ଲକ କାର୍ଯ୍ୟାଳୟର ସମସ୍ତ ଜେଇ ଏବଂ ଅନ୍ୟ କର୍ମଚାରୀ ମାନେ ଉପସ୍ଥିତ ରହି ଜାତୀୟ ସଙ୍ଗୀତ ଗାନ କରିଥିଲେ l ସେହିପରି  ଆଙ୍କୁଶପୁର ସଦର ଥାନା ପରିସରରେ ସଦର ଥାନା ଅଧିକାରୀ ସନ୍ତୋସିନି ଓରାମ ପତାକା ଉତ୍ତୋଳନ କରିଥିବା ବେଳେ ଅତିରିକ୍ତ ଥାନା ଅଧିକାରୀ ବିଶ୍ୱନାଥ ଜାଲି,ମହିଳା ଏସଆଇ ପ୍ରଧାନ ମେଡମ, କେଳୁଚରଣ ମଲ୍ଲିକ, ମଧୁସୂଦନ ବେହେରାଙ୍କ ସମେତ ଅନ୍ୟ ପୋଲିସ କର୍ମଚାରୀ ଉପସ୍ଥିତ ଥିଲେ l ସେହିପରି କୁକୁଡ଼ାଖଣ୍ଡି ତହସିଲ କାର୍ଯ୍ୟାଳୟ ପରିସରରେ ତହସିଲଦାର ଇପ୍ସିତା ପ୍ରିୟଦର୍ଶନୀ ମିଶ୍ର ଙ୍କ ଦ୍ଵାରା ପତାକା ଉତ୍ତୋଳନ କରାଯାଇଥିଲା lଏହି ଅବସରରେ ତହସିଲ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଉପସ୍ଥିତ ରହି ଜାତୀୟ ସଙ୍ଗୀତ ଗାନ କରିଥିଲେ lସେହିପରି ଆଙ୍କୁଶପୁର ସ୍ଥିତ କବିରାଜ ଅନନ୍ତ ତ୍ରିପାଠୀ ଶର୍ମା ଆୟୁର୍ବେଦ ମହାବିଦ୍ୟାଳୟ, ଏସଏମଆଇଟି , କୁକୁଡ଼ାଖଣ୍ଡି ବ୍ଲକର କୁସୁମି ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟ ପକ୍ଷରୁ ସାଧାରଣତନ୍ତ୍ର ଦିବସ ପାଳନ କରାଯାଇଥିଲା l ଏହି ଅବସରରେ ଆଦର୍ଶ ବିଦ୍ୟାଳୟର ପ୍ରିନ୍ସିପାଲ ଜଗନ୍ନାଥ ମହାରଣା ଜାତୀୟ ପତାକା ଉତୋଳନ କରିଥିବା ବେଳେ ବିଦ୍ୟାଳୟ କ୍ରୀଡ଼ା ଶିକ୍ଷକ ମଧୁସୂଦନ ମିଶ୍ର, ରାଜେଶ ପ୍ରଧାନ,ଦୀପକ ଆଚାରି, ସ୍ଵର୍ଣଲତା କର,ଗୌତମ ସାହୁ ଙ୍କ ସମେତ ଅନ୍ୟ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନେ ଉପସ୍ଥିତ ରହି କରୋନା ଯୋଦ୍ଧାଙ୍କୁ ସଲାମ  ଜଣାଇଥିଲେ l
Spread the love