Skip to content
ବ୍ରହ୍ମପୁର ,୧୫/୮(ମନୋଜ ପାତ୍ର):୭୪ ତମ ସ୍ୱାଧୀନତା ଦିବସ ଅବସରରେ ଗଞ୍ଜାମ ଜିଲ୍ଲା ପୋଲସରା ହାଇସ୍କୁଲ ଛକ ନିକଟରେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତି ଉନ୍ମୋଚନ କରାଯାଇଥିଲା । ଏଥିରେ ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ମୂଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ। ଏହି ଅବସରରେ ପୋଲସରା ବିଡ଼ିଓ ଶମ୍ଭୁନାଥ ନନ୍ଦୀ, ତହସିଲଦାର ସୁକାନ୍ତ ଚନ୍ଦ୍ର ମିଶ୍ର, ଥାନା ଅଧିକାରୀ ଜିତେନ୍ଦ୍ର କୁମାର ମଲ୍ଲିକ , ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରଶ୍ନ କୁମାର ଦାସ , ପୂର୍ବତନ ଏନଏସି ଚେୟାରମ୍ୟାନ ପ୍ରଫୁଲ୍ଲ ପ୍ରଧାନ , ପଞ୍ଚାନନ ଦାସ , ଭଗବାନ ସାହୁ , ରଞ୍ଜିତ ସାହୁ ,ମୋଚିରାମ ସାହୁ , ସନ୍ତୋଷ ବେହେରା , ଗୋପାଳ ସାହୁଙ୍କ ସମେତ ସମସ୍ତ ପ୍ରଶାସନ ଅଧିକାରୀ ଏବଂ ପୋଲସରା ଅଞ୍ଚଳର ବହୁ ବୁଦ୍ଧିଜୀବୀ ଓ ମାନ୍ୟଗଣ ବ୍ୟକ୍ତି ସମ ଦୂରତା ରକ୍ଷା କରି ଉପସ୍ଥିତ ଥିଲେ।