527

କବି ବ୍ରହ୍ମାନନ୍ଦ ବେହେରାଙ୍କୁ ମିଳିବ ସାରସ୍ୱତ ସମ୍ମାନ ।

ସାଲେପୁର,୧୫/୮(ଓଡ଼ିଆନ୍ ମିଡ଼ିଆ): ଓଡ଼ିଆ ସାହିତ୍ୟର ପ୍ରବୀଣ କଥାଶିଳ୍ପୀ ତଥା କବି ଏବଂ ବରିଷ୍ଠ ପ୍ରଶାସକ ବ୍ରହ୍ମାନନ୍ଦ ବେହେରାଙ୍କୁ ଚଳିତ ବର୍ଷ ‘ସାରସ୍ୱତ ସମ୍ମାନ’ ପ୍ରଦାନ କରାଯିବା ନେଇ ଘୋଷଣା କରାଯାଇଛି । ସାଲେପୁରର ସାରସ୍ୱତ ସମାରୋହ ସମିତି ପକ୍ଷରୁ ଶ୍ରୀବେହେରାଙ୍କ ସାମଗ୍ରିକ କୃତି ପାଇଁ ଏହି ସମ୍ମାନଜନକ ‘ସାରସ୍ୱତ ସମ୍ମାନ’ ପ୍ରଦାନ କରାଯିବା ନେଇ ଏକ ପ୍ରେସ୍ ବିଜ୍ଞପ୍ତିରେ ସଭାପତି ଅକ୍ଷୟ କୁମାର ଦାଶ ଜଣାଇଛନ୍ତି । ଏହି ଖବର ଜଣାପଡ଼ିବା ପରେ ଓଡ଼ିଶାର ବିଭିନ୍ନ ଅଂଚଳରୁ ସାହିତ୍ୟିକ ଏବଂ ଲେଖକମାନେ ଶ୍ରୀବେହେରାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଚଳିତ ମାସ ୩୧ ତାରିଖରେ ସାଲେପୁର ଠାରେ ଏକ ସ୍ୱତନ୍ତ୍ର ଉତ୍ସବରେ ଏହି ସମ୍ମାନ ପ୍ରଦାନ କରାଯିବା ନେଇ ସ୍ଥିର ହୋଇଛି । ପ୍ରକାଶଥାଉକି ଓଡ଼ିଶାର ବିଭିନ୍ନ ଅଂଚଳରେ ଜନଜୀବନ ସଂପର୍କରେ ନିଚ୍ଛକ ସତ ଘଟଣା ଉପରେ ଶ୍ରୀବେହେରା ଗଳ୍ପ ଏବଂ କବିତା ରଚନା କରି ଚର୍ଚ୍ଚାରେ ରହିଆସିଛନ୍ତି । ଏମିତିକି ୨୦୧୮ରେ ପ୍ରକାଶିତ ତାଙ୍କର ଜୀବନୀ ‘ନଦୀ, ନୌକା ଓ ନାବିକ’ ପୁସ୍ତକରେ ଅନେକ ଅକୁହା କଥା ଆଜି ବି ଓଡ଼ିଶାରେ ବିଭିନ୍ନ ମହଲରେ ଆଲୋଚନା ଏବଂ ସମାଲୋଚନା ଜାରି ରହିଛି । ତାଙ୍କ ରଚିତ ‘ଅନ୍ଧାରର ଆଖି’ ‘ମାଟିରୁ ଆକାଶ’ ‘ତୃତୀୟ ପାଦ’, ‘ସମୟର ପଛ ନାମ’ ଏବଂ ‘ଅଜ୍ଞାତବାସ’ ‘ଅର୍ନ୍ତଦାହର ଆତ୍ମଲିପି’ ଆଦି ପୁସ୍ତକ ଓଡ଼ିଆ ସାରସ୍ୱତ ଭଣ୍ଡାରରେ ଏକ ଏକ ମାଇଲ୍ ଖୁଟଂ । ଅନେକ ପୁସ୍ତକ ରଚନା କରିଥିବା ଏବଂ ବିଭିନ୍ନ ଅନୁଷ୍ଠାନରୁ ବହୁ ପୁରସ୍କାର ସହିତ ସମ୍ମାନର ଅଧିକାରୀ ହୋଇଥିବା କବି ବ୍ରହ୍ମାନନ୍ଦ ବେହେରା ସଂପ୍ରତି ଫକୀରମୋହନ ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାର ଭାବେ କାର୍ଯ୍ୟ ସଂପାଦନ କରୁଛନ୍ତି ।
Spread the love