Skip to content
ବ୍ରହ୍ମପୁର,୧୫/୮(ଓଡିଆନ ମିଡ଼ିଆ):ସମବାୟ ପରିଚାଳନା ପ୍ରତିଷ୍ଠାନ, ବେଳାଭୁମି ଗଂଜାମ ତରଫରୁ ୭୪ତମ ସ୍ୱାଧୀନତା ଦିବସ ପାଳନ ହୋଇଯାଇଛି। ଉକ୍ତ ଉତ୍ସବରେ ଗୋପାଳପୁର ବେଳାଭୂମି ସମବାୟ ପରିଚାଳନା ପ୍ରତିଷ୍ଠାନର ଉନ୍ନୟନ କମିଟି ଅଧ୍ୟକ୍ଷ ତଥା ଓଡିଶା ରାଜ୍ୟ ସମବାୟ ୟୁନିଅନ ନିର୍ଦ୍ଦେଶକ ସନାତନ ସଂଗ୍ରାମ ସିଂ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଉକ୍ତ ଉତ୍ସବରେ ସମବାୟ ସମିତି ସମୂହ, ବ୍ରହ୍ମପୁର ମଣ୍ଡଳର ବିଶ୍ୱରଞ୍ଜନ ଦାଶ, ସମବାୟ ସମୀକ୍ଷକ , ବ୍ରହ୍ମପୁର ଏସଇ କମଳା କାନ୍ତ ମିଶ୍ର ଓ ସହକାରୀ ନିର୍ଦ୍ଦେଶକ ସମବାୟ ସମିତି ସମୂହ ତଥା ପରିଚାଳନା ପ୍ରତିଷ୍ଠାନର ଅଧକ୍ଷ ଶିବ ପ୍ରସାଦ ସ୍ୱାଇଁ ଅତିଥି ଭାବେ ଯୋଗ ଦେଇ ସାରା ବିଶ୍ୱରେ ଦେଖା ଦେଇଥିବା ମହାମାରୀ କରୋନାକୁ ପ୍ରତିହିତ କରିବା ପାଇଁ ଭାରତ ସରକାର ଓ ଓଡିଶା ସରକାର ପକ୍ଷରୁ ଜାରି କରାଯାଇଥିବା ଗାଇଡ଼ ଲାଇନକୁ ଦୃଷ୍ଟିରେ ରଖି ବକ୍ତବ୍ୟ ପ୍ରଦାନ କରିଥିଲେ। ସମସ୍ତ ସମବାୟ ଅନୁଷ୍ଠାନର କର୍ମଚାରୀ ମାନେ ନିଷ୍ଠାପର ଭାବେ କାର୍ଯ୍ୟକରି ଏହି କରୋନା ରୋଗ ଠାରୁ କିପରି ବିଜୟ ଲାଭ କରିବା ସେନେଇ ଅଭିଭାଷଣ ଦେଇଥିଲେ। ଉକ୍ତ ଉତ୍ସବରେ ସମବାୟ ପରିଚାଳନା ପ୍ରତିଷ୍ଠାନର ସମସ୍ତ କର୍ମଚାରୀ ଉପସ୍ଥିତ ରହି ଜାତୀୟ ସଙ୍ଗୀତ ଗାନ କରିବା ସହ କରୋନା ଯୋଦ୍ଧାଙ୍କୁ ସନ୍ନମାନ ଜଣାଇଥିଲେ ।ପରିଶେଷରେ ଅନୁଷ୍ଠାନର ବରିଷ୍ଠ ଅଧ୍ୟାପକ ଡି. କୃଷ୍ନାନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ।