ଭୁବନ ,୧୬/୦୮ : ଢେଙ୍କାନାଳ ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ଦେଖାଦେଇଛି । ବନ୍ୟା ଜଳ ବନ୍ଦୀରେ ଜୟପୁର ଗ୍ରାମ । ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଭୁଷଳ ପଞ୍ଚାୟତ ଅନ୍ତର୍ଗତ ଜୟପୁର ଗ୍ରାମ ଜଳ ବନ୍ଦି ଘେରରେ ରହିଛି । ଜୟପୁର ଗ୍ରାମରେ ଏକ ହଜାରରୁ ଅଧିକ ଲୋକେ ବାସ କରନ୍ତି । ତେବେ କିଛି ଦିନ ହେଲା ଲଗାଣ ବର୍ଷା ଯୋଗୁଁ ନଦୀର ଜଳସ୍ତର ବଢିଛି । ଲଗାଣ ବର୍ଷା ଯୋଗୁଁ ଜୟପୁର ଗ୍ରାମ ଏବେ ବାହ୍ୟ ଜଗତରୁ ବିଛିର୍ଣ୍ଣ ରହିଛି । ପାଣ୍ଡରାନାଳରେ ପ୍ରବଳ ବର୍ଷା ପାଣି ଆସିବାରୁ ୫୩ ନମ୍ବର ଜାତୀୟ ରାଜପଥର ବାଉଁଶକଣ ନିକଟରେ ନିର୍ମାଣଧିନ ନୂତନ ରାସ୍ତା ଭସାଇନେଇଛି । ଫଳରେ ଭୁବନରୁ ସୁକିନ୍ଦା ଯୋଗାଯୋଗ ବିଚ୍ଛିନ୍ନ ହୋଇପଡିଛି । ଅନୁରୂପ ଭାବେ ଡମଶାଳ ନାଳରେ ବର୍ଷାଜଳ ପ୍ରବାହିତ ହୋଇ ପୋଲ ଉପରେ ୩ ଫୁଟ ଉଚ୍ଚାରେ ପାଣି ଚାଲିଥିବାରୁ ଭୁବନ-କାମାକ୍ଷାନଗର ଯୋଗାଯୋଗ ମଧ୍ୟ ବିଚ୍ଛିନ୍ନ ହୋଇପଡିଛି । ବାଲିବୋ ଠାରୁ ନୟାନୀଳକଣ୍ଠପୁର ରାସ୍ତାର ୮ କିମି ଠାରେ ପୁରୁଣା ପୋଲ ଉଭୟପାର୍ଶ୍ୱରେ ୪୦ ଫୁଟ ଘାଇ ହୋଇଥିବା ଫଳରେ ୪ଟି ପଞ୍ଚାୟତ ବିଚ୍ଛିନ୍ନ ହୋଇପଡିଛି । ହଜାର ହଜାର ହେକ୍ଟର ଚାଷଜମିରେ ଧାନତଳି ନଷ୍ଟ ହୋଇଯାଇଥିବା ବେଳେ ପନିପରିବା ଓ ରବିଫସଲ ମଧ୍ୟ ନଷ୍ଟ ହୋଇଯାଇଥିବାରୁ ଚାଷୀମଣ୍ଡରେ ଚଡକ ପଡିଛି । ବ୍ରାହ୍ମଣୀ ନଦୀରେ ପାଣି ବଢୁଥିବାରୁ ଚିନ୍ତାରେ ଗ୍ରାମବାସୀ । ପ୍ରଶାସନ ତୁରନ୍ତ ପହଞ୍ଚି ସେମାନଙ୍କ ସମସ୍ୟାର ସମାଧାନ କରିବା ପାଇଁ ମଧ୍ୟ ଦାବି ଉଠିଲାଣି ।
157