108

ଗର୍ଭବତୀ ମହିଳାଙ୍କୁ ମେଡ଼ିକାଲ ପଠାଇ ମାନବିକତା ଦେଖାଇଲେ ବିଡ଼ିଓ 

କୁକୁଡ଼ାଖଣ୍ଡି,୧୮/୮: ଜଣେ ଅସହାୟ ଗର୍ଭବତୀ ମହିଳାଙ୍କୁ ଉଦ୍ଧାର କରି ମେଡିକାଲକୁ ପଠାଇ ନିଜ ମାନବିକତାର ପରିଚୟ ଦେଇଛନ୍ତି କୁକୁଡ଼ାଖଣ୍ଡିର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗଦାଧର ପାତ୍ର ।ରବିବାର ରାତ୍ର ୯ଟା ସମୟରେ ଗୁରୁଣ୍ଠି ଶିବମନ୍ଦିର ନିକଟରେ ଜଣେ ଅସହାୟ ଗର୍ଭବତୀ ମହିଳାଙ୍କ ଆଶ୍ରୟ ନେଇଥିବା ନେଇ ଖବର ପାଇଥିଲେ କୁକୁଡ଼ାଖଣ୍ଡି ବିଡିଓ ।ଏହି ଖବର ପାଇବା ପରେ ଉଦ୍ଧାର କରିବା ପାଇଁ ଭାରପ୍ରାପ୍ତ ସିଡିପିଓ ଦାୟିତ୍ୱରେ ଥିବା ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ପରେ ଘଟଣା ସ୍ଥଳରେ ପହଞ୍ଚି ସିଡିପିଓ ଦାୟିତ୍ବରେ ଥିବା ତହସିଲଦାର ଇପ୍ସିତା ମିଶ୍ର ଘଟଣା ସ୍ଥଳରେ ପହଞ୍ଚି ଆମ୍ବୁଲାନ୍ସ ସାହାଯ୍ୟରେ ଉକ୍ତ ଗର୍ଭବତୀ ମହିଳାଙ୍କୁ ସ୍ଥାନୀୟ ଆଶା କର୍ମୀଙ୍କ ସହାୟତାରେ ବ୍ରହ୍ମପୁର ମେଡ଼ିକାଲ ନେଇଥିବା ବିଡିଓ ଗଦାଧର ପାତ୍ରଙ୍କ ଠାରୁ ସୂଚନା ମିଳିଛି।

Spread the love