190

ଭଗବାନ ଶ୍ରୀକୃଷ୍ଣ ଙ୍କ ପ୍ରିୟ କଦମ୍ବ

କଦମ୍ବ ବୃକ୍ଷ ଭାରତ ରେ ରହିଥିବା ପବିତ୍ର ବୃକ୍ଷ ମାନଙ୍କ ମଧ୍ୟରୁ ଅନ୍ୟତମ। ଏହା ଭାରତ ର ସମସ୍ତ ଅଞ୍ଚଳ ରେ ଦେଖା ଯାଏ। ଭାରତୀୟ ସଂସ୍କୃତି , କିମ୍ବଦନ୍ତୀ, ପୁରାଣ ଓ ସାହିତ୍ୟରେ ଏହାର ବର୍ଣ୍ଣନା ଦେଖିବାକୁ ମିଳିଥାଏ। ଆଧୁନିକ କର୍ଣାଟକ ରାଜ୍ୟ ର ପୂର୍ବ ନାମ କଦମ୍ବ ଥିଲା। ଭାଗବତ ପୁରାଣ ରେ କଦମ୍ବ ବୃକ୍ଷ ର ବର୍ଣ୍ଣନା ରହିଛି। ଭାଗବାନ ଶ୍ରୀକୃଷ୍ଣ ଙ୍କ ଅନେକ ମାନବୀୟ ଲୀଳା ର ସାକ୍ଷୀ ଏହି କଦମ୍ବ । ରାଧାକୃଷ୍ଣ ଙ୍କ ପ୍ରେମ ହେଉ ବା ଗୋପୀ ମାନଙ୍କ ର ବସ୍ତ୍ର ଚୋରି ଏହି କଦମ୍ବ ବୃକ୍ଷ ମୂଳ ରେ ହୋଇଛି । ଶ୍ରୀକୃଷ୍ଣ ଙ୍କ ଅନେକ ନାମ ମଧ୍ୟରେ କେଳି କଦମ୍ବ ମୂଳିଆ ଅନ୍ୟତମ। ଭଗବାନ ଶ୍ରୀକୃଷ୍ଣ ତାଙ୍କ ପ୍ରିୟ କଦମ୍ବ ବୃକ୍ଷ ଡାଳରେ ଅନେକ ସମୟ ରେ ବଂଶୀ ବଜାଇ ଗୋପୀ ମାନଙ୍କୁ ଏକାଠି କରନ୍ତି। ଦକ୍ଷିଣ ଭାରତ ରେ ଏହାକୁ ପାର୍ବତୀ ବୃକ୍ଷ କୁହାଯାଏ। ବର୍ଷା ଦିନରେ ଏହା ର ଫୂଲ ହେଉଥିବାରୁ ଏହା କୃଷକ ମାନଙ୍କ ପାଇଁ ଖୁସି ଆଣିଥାଏ ତେଣୁ ଏହାକୁ ମଧ୍ୟ ହଲିପ୍ରୀୟ ବା କୃଷକ ମାନଙ୍କ ପ୍ରିୟ ବୋଲି କୁହାଯାଏ। ବୌଦ୍ଧ ଧର୍ମରେ ଏହାକୁ ଅତ୍ୟନ୍ତ ପବିତ୍ର ବୋଲି ଗ୍ରହଣ କରାଯାଏ। ଏହା ଚିର ସବୁଜ ଓ ଔଷଧୀୟ ଗୁଣ ରେ ଭରପୁର। ରକ୍ତ ଶର୍କରା କୁ ଏହା କମ୍ କରି ପ୍ରମେହ ନଷ୍ଟ କରିଥାଏ। ସ୍ତନ କର୍କଟ , ପୌରୁଷ ଗ୍ରନ୍ଥି ଓ ଆନ୍ତ୍ର କର୍କଟ , ସନ୍ଧି ବାତ ରେ ଏହା ଲାଭ ଦେଇଥାଏ। ଶ୍ୱାସ କାଶ ଓ ରକ୍ତ ର କୋଲେଷ୍ଟ୍ରାଲ୍ କୁ କମ୍ କରାଇବାରେ ସହାୟକ ହୋଇଥାଏ। ଏହା କୃମି କୁ ମଧ୍ୟ ନଷ୍ଟ କରିଥାଏ। କଦମ୍ବ ବୃକ୍ଷ କୁ ଲଗାଇବା ଶୁଭ ବୋଲି ବିବେଚନା କରାଯାଏ।

 Dr Chandansu bhusan sutar

Ayurvedic physician

Spread the love