312

ଅପରାଜୟ ସେ ଅପରାଜିତା

ଅପରାଜିତା ଫୁଲ ସହ ଆମେ ସମସ୍ତେ ପରିଚିତ। ଆମ ବାଡି ବଗିଚାରେ ଏହା ଦେଖିବାକୁ ମିଳିଥାଏ। ଏହାର ବୈଜ୍ଞାନିକ ନାମ clitoria ternatea ଓ ଇଂରାଜୀ ରେ butterfly pea କୁହାଯାଏ। ଏହା ଏକ ପବିତ୍ର  ଫୁଲ ଭାବେ ଗ୍ରହଣୟ। ଏହାର ଅନ୍ୟ ନାମ ବିଷ୍ଣୁକ୍ରାନ୍ତା  । ଏହା ଏକ ସ୍ଵର୍ଗୀୟ ପୁଷ୍ପ । ଏହାକୁ ଦୈତ୍ୟ ଗୁରୁ ଶୁକ୍ରାଚାର୍ଯ୍ୟ ପୃଥିବୀ ପୃଷ୍ଠ କୁ ଆଣିଥିବା ର ପୌରାଣିକ କିମ୍ବଦନ୍ତୀ ରହିଛି। ମା ଦୁର୍ଗା ଓ ଭଗବାନ ଶିବ ଙ୍କୁ ଏହା ଅର୍ପଣ କରାଯାଏ। ଏହାର ନାମ ଅନୁସାରେ ଏହାର ଗୁଣ ରହିଛି। ଯାହାକି ମଣିଷ କୁ ଅପରଜୟ କରିଥାଏ। ଆୟର୍ବେଦ ରେ ଏହା କୁ ମଧା ବର୍ଦ୍ଧକ, ମସ୍ତିସ୍କ ଶୋଧକ ଭାବରେ ଗ୍ରହଣ କରାଯାଇଛି। ସ୍ନାୟୁ ରୋଗ, ପିଲା ମାନଙ୍କ ମେଧା ବୃଦ୍ଧି, ବାର୍ଦ୍ଧକ୍ୟ ଜନିତ ରୋଗ ରେ ଏହା ସାହାଯ୍ୟ କରିଥାଏ। ହୃଦୟ ଓ ଶ୍ୱାସ କ୍ରିୟା ସଂସ୍ଥାନ କୁ ବଳ ଦେଇଥାଏ। ଏହାର ଫୁଲ ରେ ଏକ ପ୍ରକାର ଚା ପ୍ରସ୍ତୁତ କରାଯାଏ ଯାହା ମଣିଷ ର ରକ୍ତ କୁ ଶୁଦ୍ଧ କରି ତ୍ଵଚ। ଉଜ୍ଜଳ କରିଥାଏ।

Spread the love