173

ରାଜକନିକାରେ ବିରଳ ଧଳା ରଙ୍ଗର ସାପ ଉଦ୍ଧାର

ରାଜକନିକା,୨୪/୮(ଓଡିଆନ ମିଡ଼ିଆ) : କେନ୍ଦ୍ରାପଡା ଜିଲା ରାଜକନିକା ବ୍ଲକ ଅନ୍ତର୍ଗତ ଗାଙ୍ଗପୁର ଗ୍ରାମରୁ ଏକ ବିରଳ ଧଳା ରଙ୍ଗର ସାପ ଉଦ୍ଧାର କରାଯାଇଛି। ସମ୍ପୂର୍ଣ୍ଣ ଧଳା ରଙ୍ଗର ଦେହ ଏବଂ କଳା ରଙ୍ଗର ଆଖି ଥିବା ୧ ଫୁଟ୍ ଲମ୍ବର ଏହି ସାପଟିକୁ  ଗାଁର ଯୁବକ ତପନ ଜେନା ଦେଖିଥିଲେ। ଧଳା ରଙ୍ଗର ଏଭଳି ସାପ ସେ ଆଗରୁ କେବେ ଦେଖି ନଥିଲେ, ତେଣୁ କୋୖତୁହଲ ବଶତଃ ଏକ ବାଡ଼ି ସାହାଯ୍ୟରେ ଏକ ପ୍ଲାଷ୍ଟିକ ଡବା ଭିତରେ ସାପକୁ ପୁରେଇ ଦେଇଥିଲେ। ସାପର କିଛି ଫଟୋକୁ ତପନ ସ୍ନେକ୍ସ ହେଲ୍ପ ଲାଇନର ସମ୍ପାଦକ ଶୁଭେନ୍ଦୁ ମଲ୍ଲିକଙ୍କୁ ପଠେଇ ସାପ ଟିକୁ ଚିହ୍ନିବା ପାଇଁ କହିଥିଲେ। ଶୁଭେନ୍ଦୁ ଧଳା ଦେହ ଏବଂ କଳା ଆଖି ସହିତ ଏହି ସାପଟିକୁ ଲିଉସିଷ୍ଟିକ ଚିତି ବା Leucistic common krait ବୋଲି ଚିହ୍ନଟ କରିଥିଲେ।   ସାପଟିକୁ ଗାଁଠାରୁ ପ୍ରାୟ ୧୦ କିମି ଦୂରରେ ତାର ପ୍ରାକୃତିକ ଆବାସ ସ୍ଥଳିରେ ଛାଡି ଦିଆଯାଇଛି ।
Spread the love