Skip to content
କଟକ,୨୫/୮: କରୋନା ମହାମାରୀ ଯୋଗୁ ଚଳିତ ବର୍ଷ ସାର୍ବଜନୀନ ଦୁର୍ଗାପୂଜା ହେବ କି ନାହିଁ ସେଥିପାଇଁ ଆଶଙ୍କା ପ୍ରକାଶ ପାଇଛି। ତେଣୁ କଟକ ବାଲୁବଜାର ଦୁର୍ଗା ପୂଜା କମିଟି ପକ୍ଷରୁ ଦୁର୍ଗାପୂଜା ଲାଗି ଅନୁମତି ପ୍ରଦାନ କରିବାକୁ ହାଇକୋର୍ଟରେ ଆବେଦନର କରାଯାଇଛି। ୫ଶହ ବର୍ଷର ପରମ୍ପରାକୁ ଦୃଷ୍ଟିରେ ରଖି କଟକ ବାଲୁବଜାରରେ ଦୁର୍ଗାପୂଜା ଆୟୋଜନ ପାଇଁ ଅନୁମତି ଦେବାକୁ ଏଥିରେ ନିବେଦନ କରାଯାଇଛି। ଦେବୀଙ୍କ ମୃଣ୍ମୟୀମୂର୍ତ୍ତି ଗଢ଼ିବାଠାରୁ ଆରମ୍ଭ କରି ବିଭିନ୍ନ ପାରମ୍ପରିକ ରୀତିନୀତିରେ ପୂଜାର୍ଚ୍ଚନା ଆଦି ସମସ୍ତ କୋଭିଡ୍ କଟକଣା ମଧ୍ୟରେ ପାଳନ କରିବାକୁ ଆବେଦନରେ ଦର୍ଶଯାଇଛି।