128

ଆଖଣ୍ଡଳମଣି ମନ୍ଦିରରେ ବର୍ଷାପାଣି; ବୁଡିଲା ମଣିବାବାଙ୍କ ବିଗ୍ରହ

ଆରଡି,୨୬/୮: ଲଘୁଚାପ ପ୍ରଭାବରେ ଗତ ତିନିଦିନ ଧରି ଲଗାଣ ବର୍ଷା ପ୍ରଭାବରେ ଗତକାଲି ରାତିରେ ଆଖଣ୍ଡଳମଣି ମନ୍ଦିରର ପଶ୍ଚିମ ଦ୍ବାର ଓ ପାଦୁକ କୁଣ୍ଡ ଦେଇ ଗର୍ଭଗୃହକୁ ବର୍ଷା ପାଣି ପ୍ରବେଶ କରିବା ଫଳରେ ମଣିବାବାଙ୍କ ବିଗ୍ରହ ସମ୍ପୂର୍ଣ୍ଣ ବୁଡିଯାଇଥିଲା। ଫଳରେ ଆଜି ସକାଳେ ମଙ୍ଗଳ ଆଳତୀ ନୀତି ସମେତ ଅନ୍ୟାନ୍ୟ ନୀତିରେ ବିଳମ୍ବ ଦେଖା ଦେଇଥିଲା। ବିଶେଷକରେ ମଣିବାବାଙ୍କ ମନ୍ଦିର ପୀଠର ପରିସରଠାରୁ ତଳେ ରହିଥିବାରୁ ବର୍ଷାଦିନରେ ମନ୍ଦିର ଗର୍ଭଗୃହରେ ପାଣି ସ୍ରୋତ ପଡିଥାଏ, ଦୀର୍ଘ ୩ ବର୍ଷ ତଳେ ରାଜ୍ୟ ପ୍ରତ୍ନତତ୍ତ୍ବ ବିଭାଗ ପକ୍ଷରୁ ମରାମତି ହୋଇଥିଲେ ମଧ୍ୟ ଏବେ ପୁନରବାର ସମସ୍ୟା ଦେଖାଦେଇଛି। ଅନ୍ୟପଟେ ମଣିବାବାଙ୍କ ଶିବଗଙ୍ଗା ପୁଷ୍କରିଣୀ ବନ୍ୟା ପାଣିରେ ଉଛୁଳା ଥିବାରୁ ମନ୍ଦିର ଭିତର ପାଣି ନିଷ୍କାସନରେ ବାଧା ସୃଷ୍ଟି ହୋଇଛି।
Spread the love