87

ଲାଇ ଡିଟେକ୍ସନ ଟେଷ୍ଟ: ୫ ଘଣ୍ଟାରେ ୪୦ରୁ ଅଧିକ ପ୍ରଶ୍ନର ସମ୍ମୁଖୀନ ହେଲେ ବିଦ୍ୟାଶ୍ରୀ

ଭୁବନେଶ୍ୱର,୨୭ /୮(ଓଡିଆନ ମିଡିଆ ): ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲାରେ ତାଙ୍କ ପତ୍ନୀ ବିଦ୍ୟାଶ୍ରୀଙ୍କ ଲାଇ ଡିଟେକ୍ସନ ଟେଷ୍ଟ ଶେଷ ହୋଇଛି । ଭୁବନେଶ୍ୱର ଫରେନସିକ୍ ଲ୍ୟାବରେ ହୋଇଥିବା ଏହି ଟେଷ୍ଟରେ ପ୍ରାୟ ୫ ଘଣ୍ଟାରୁ ଅଧିକ ସମୟ ଧରି ବିଦ୍ୟାଶ୍ରୀଙ୍କୁ ପଚରାଉଚରା କରିଥିଲା କ୍ରାଇମବ୍ରାଞ୍ଚ । ୪୦ରୁ ଅଧିକ ପ୍ରଶ୍ନର ସମ୍ମୁଖୀନ ହେଲେ ବିଦ୍ୟାଶ୍ରୀ । ତେବେ ବିଦ୍ୟାଶ୍ରୀଙ୍କୁ ପଚରାଯାଇଥିବା ପ୍ରଶ୍ନ ଗୁଡିକ ହେଉଛି- ଉଭୟଙ୍କ ମଧ୍ୟରେ ପ୍ରଥମ ଦେଖା କେବେ ହୋଇଥିଲା?  ମଧ୍ୟରେ ସମ୍ପର୍କ କେମିତି ଗଢି ଉଠିଥିଲା? ଘଟଣାଦିନ ରାତିରେ ଆଦିତ୍ୟଙ୍କ ଆପଣ ଥିଲେ କି? ଆତ୍ମହତ୍ୟା ପାଇଁ ଯାଇଥିବା କଥା ଯଦି ଜାଣିଥିଲେ ଅଟକାଇଲେନି କାହିଁକି? ପପୁକୁ ଦେଇଥିବା ଟଙ୍କା ପାଇଁ ଝଗଡା ହୋଇଥିଲା କି? ୭୦ ହଜାର ଟଙ୍କାର ସତ କ’ଣ? ବାହାଘର ପରେ ଆପଣଙ୍କ ଭିତରେ ଝଗଡା ହେଉଥିଲା କି? ବିବାହର ୨୯ ଦିନ ଭିତରେ ଆଦିତ୍ୟ ଆତ୍ମହତ୍ୟା କଲେ କାହିଁକି? ସ୍ୱାମୀଙ୍କ ମୃତ୍ୟୁ ପାଇଁ କାହାକୁ ଦାୟୀ କରୁଛନ୍ତି ବୋଲି ଏ ସବୁ ବିଷୟରେ ପଚାରିଥିଲା କ୍ରାଇମବ୍ରାଞ୍ଚ ।

Spread the love