Skip to content
ଲସଆଂଜେଲସ ୨୯/୮ : ହଲିଉଡର ସୁପରହିଟ୍ ଫିଲ୍ମ ବ୍ଲାକ୍ ପାନ୍ଥର୍ ଅଭିନେତା ଚାଡୱିକ୍ ବୋସମାନ୍ ର ଶନିବାର ମୃତ୍ୟୁ ଘଟିଛି। ୪୩ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି। ଚାଡୱିକ୍ ୪ବର୍ଷ ଧରି କର୍କଟ ରୋଗ ସହ ସଂଘର୍ଷ କରୁଥିଲେ। ଜୀବନର ଶେଷ ମୁହୂର୍ତ୍ତରେ ଅଭିନେତାଙ୍କ ପତ୍ନୀ ଏବଂ ପରିବାର ତାଙ୍କ ସହ ଥିଲେ। ଅଭିନେତାଙ୍କ ଦେହାନ୍ତ ଖବର ଶୁଣି ହଲିଉଡରେ ଶୋକର ଛାୟା ଖେଳିଯାଇଛି। ଫ୍ୟାନ୍ସଙ୍କଠାରୁ ଆରମ୍ଭ କରି ସେଲିବ୍ରିଟି ପର୍ଯ୍ୟନ୍ତ ଅଭିନେତାଙ୍କୁ ସ୍ମରଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସୁପରଷ୍ଟାର ଅଭିନେତାଙ୍କ ମୃତ୍ୟୁକୁ ନେଇ ତାଙ୍କ ପରିବାର ପକ୍ଷରୁ ଏକ ବିବୃତ୍ତି ଜାରି କରାଯାଇଛି। ଏହା ବିବୃତ୍ତିରେ ଲେଖା ହୋଇଛି- ଚାଡ଼ଓ୍ବିକ ପ୍ରକୃତ ଯୋଦ୍ଧା, ଚାଡୱିକ୍ ତାଙ୍କ ସଂଘର୍ଷ ଜରିଆରେ ଆପଣଙ୍କ ପାଖରେ ସମସ୍ତ ଚଳଚ୍ଚିତ୍ର ପହଞ୍ଚାଇପାରିଥିଲେ, ଯାହାକୁ ଆପଣ ବହୁତ ଭଲ ପାଉଥିଲେ।ପରିବାର ଆହୁରି କହିଛନ୍ତି ଯେ ଚାଡୱିକ୍ ଗତ ୪ ବର୍ଷରୁ ଅଭିନୟ ସହିତ ବୋସମାନ୍ ଅସ୍ତ୍ରୋପଚାର ଏବଂ କେମୋଥେର ଜାରି ରଖିଥିଲେ। ପରିବାର ଏହା ମଧ୍ୟ କହିଛନ୍ତି ଯେ ବ୍ଲାକ୍ ପାନ୍ଥର୍ ଚଳଚ୍ଚିତ୍ରରେ ସମ୍ରାଟ ଟି’ଚାଲାଙ୍କ ଚରିତ୍ରରେ ଅଭିନୟ କରିବା ତାଙ୍କ ପାଇଁ ସମ୍ମାନର ବିଷୟ ଥିଲା।