133

କୁକୁଡ଼ାଖଣ୍ଡି ବ୍ଲକରେ କରୋନା ସ୍ଥିତି ସମୀକ୍ଷା କଲେ ଜିଲ୍ଲାପାଳ

ଗଞ୍ଜାମ,୦୨/୦୯(ମନୋଜ ପାତ୍ର):ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ବୁଧବାର ଦିନ ବ୍ଲକ କାର୍ଯ୍ୟାଳୟ ପରିସରରେ ଥିବା ସମ୍ମିଳନୀ କକ୍ଷରେ କରୋନା ସ୍ଥିତି ସମୀକ୍ଷା କରିଛନ୍ତି ।ଏଥିରେ ବ୍ରହ୍ମପୁର ଉପଜିଲ୍ଲାପାଳ ସିନ୍ଦେ ଦତ୍ତାତ୍ରେୟ ଭାଉସାହେବ, ସ୍ଥାନୀୟ ପଞ୍ଚାୟତ ସମିତି ଅଧ୍ୟକ୍ଷ କାମାକ୍ଷା ପ୍ରସାଦ ପାତ୍ର, ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗଦାଧର ପାତ୍ର, ତହସିଲଦାର ଈପ୍ସିତା ପ୍ରିୟଦର୍ଶୀନୀ ମିଶ୍ର ,ଅତିରିକ୍ତ ତହସିଲଦାର ଆକାଶ ପଟ୍ଟନାୟକ ,ବ୍ଲକ ଯୋଗାଣ ଅଧିକାରୀ ଜି. ପ୍ରଶାନ୍ତ କୁମାର ରାଓ, ବ୍ଲକ୍ ଶିକ୍ଷା ଅଧିକାରୀ ଏସ.ଗିରିଧାରୀ,ବ୍ଲକ୍ ସ୍ବାସ୍ଥ୍ୟ ଅଧିକାରୀ ମାନଙ୍କ ସହିତ କୋଭିଡ୍ ପରିଚାଳନାଗତ ବିସ୍ତୃତ ଆଲୋଚନା କରିଥିଲେ । ଆର୍ ଟି ପି ସି ଆର୍ ଏବଂ ଆଣ୍ଟିଜେନ୍ ପରୀକ୍ଷା କରିବା ,ଗ୍ରାମ ପଞ୍ଚାୟତ ମାନଙ୍କରେ ଓ୍ବାର୍ଡ ସ୍ତରୀୟ କୋଭିଡ୍ ପରିଚାଳନା କରିବା ଏବଂ ପରିଚାଳନାରେ ସଂଘ ଗୁଡିକ ସଂପୃକ୍ତି କରାଇବା, ପଞ୍ଚସୂତ୍ରୀ ନିୟମ ପାଳନ କରୁନଥିବା ଦୋକାନୀ ମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା , ଆମସ୍ବାସ୍ଥ୍ୟ ଆମ ଦାୟୀତ୍ବ,ମିନି କଣ୍ଟେନମେଣ୍ଟ ଜୋନ୍ ର ପରିଚାଳନା, ସାମାଜିକ ଦୂରତ୍ବ ରକ୍ଷା କରିବା,ପଞ୍ଚାୟତ ମାନଙ୍କରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରିବା,କରୋନା ସଂକ୍ରମଣରେ ପୀଡ଼ିତ ହୋଇଥିବା ବ୍ୟକ୍ତିଙ୍କ ମାନଙ୍କର ଡିସଚାର୍ଜ ଓ ମୃତ୍ୟୁ ଜନୀତ ପଞ୍ଜିକରଣ ଇତ୍ୟାଦି ବିଷୟ ନେଇ ସୁବିସ୍ତୃତ ଆଲୋଚନା କରିଥିଲେ ।କିନ୍ତୁ ଏହି ସେପ୍ଟେମ୍ବର ମାସ ବ୍ଲକ ତଥା ଗଞ୍ଜାମ ପାଇଁ ଗୁରୁତ୍ବପୂର୍ଣ୍ଣ ଅଟେ। କୁକୁଡ଼ାଖଣ୍ଡି ଅଞ୍ଚଳରେ କରୋନା ସଂକ୍ରମଣ କମିଗଲା ବୋଲି ଭାବିବା ସଂପୂର୍ଣ୍ଣ ଭୂଲ୍ ଧାରଣା ।ତେଣୁ କୁକୁଡ଼ାଖଣ୍ଡି ଅଞ୍ଚଳବାସୀ ସତର୍କ ରହିବା ସହ ନିୟମ ପାଳନ କରିବା ନିହାତି ଆବଶ୍ୟକ । ଆର୍ ଟି ପି ସି ଆର୍ ଏବଂ ଆଣ୍ଟିଜେନ୍ ପରୀକ୍ଷା ନିମନ୍ତେ ଯାହା ଲକ୍ଷ୍ୟଧାର୍ଯ୍ୟ କରାଯାଇଛି ତାହା ଯେମିତି ପୂରଣ ହେବ ସେଥିପ୍ରତି ଦୃଷ୍ଟି ଦିଅନ୍ତୁ ଏବଂ ପଞ୍ଚାୟତ ସ୍ତରରେ ଗଠନ ହୋଇଥିବା କମିଟିକୁ ଚଳଚଞ୍ଚଳ କରି ସେମାନଙ୍କୁ ଏହି କାର୍ଯ୍ୟରେ ନିୟୋଜିତ କରାନ୍ତୁ । କୋଭିଡ୍ କେୟାର ହୋମ୍ ସେପ୍ଟେମ୍ବର ଶେଷ ପର୍ଯ୍ୟନ୍ତ ଚାଲୁ ରହିବ । ହୋମ୍ ଆଇସୋଲେସନ୍ ରୋଗୀଙ୍କ ସହ ସ୍ବାସ୍ଥ୍ୟ ଅଧିକାରୀ ମାନେ ଜୁମ୍ ମିଟିଂ କରି ତାଙ୍କ ଅବସ୍ଥା ବିଷୟରେ ବୁଝନ୍ତୁ । ସ୍ଥାନୀୟ ଷ୍ଟାଫଙ୍କୁ ନେଇ ଟିମ୍ ଗଠନ କରି ସ୍ବାସ୍ଥ୍ୟ ଯାଞ୍ଚ କରିବା ସହ ସଚେତନତା କାର୍ଯ୍ୟ ଏବଂ ମେଗା ହେଲଥ୍ ସ୍କ୍ରିନିଂ ସର୍ଭେ କରାଯାଉ । ସ୍ବୟଂ ସହାୟିକା ଗୋଷ୍ଠୀରେ ଥିବା ଚଳଚଞ୍ଚଳ ଥିବା ସଭ୍ୟଙ୍କୁ କୋଭିଡ୍ ସଖୀ ଭାବେ ଗ୍ରହଣ କରି ସେମାନଙ୍କୁ ପ୍ରଶିକ୍ଷଣ ଦିଆଯାଇ ସେମାନଙ୍କ ଦ୍ବାରା ସ୍ବାସ୍ଥ୍ୟ ଓ ସଚେତନତା କାର୍ଯ୍ୟ ପରିଚାଳନା କରିବା ପାଇଁ ପରାମର୍ଶ ଦେଇଛନ୍ତି। ଗର୍ଭବତୀ ମହିଳା ମାନଙ୍କର ସ୍ବତନ୍ତ୍ର ଭାବେ ପରୀକ୍ଷା କରାଯିବା ସହ ମିନି କଣ୍ଟେନମେଣ୍ଟ ଅଞ୍ଚଳରେ ଭଲ କାର୍ଯ୍ୟ କରିବା ଯୋଗୁଁ ସଂକ୍ରମଣ ସଂଖ୍ୟା କମିଥିଲା । ବର୍ତ୍ତମାନ ଗ୍ରାମାଞ୍ଚଳରେ ଖୋଲାଯାଉଥିବା ଦୋକାନ ଗୁଡିକ ସାମାଜିକ ଦୂରତ୍ବ ପାଳନ କରୁନଥିବା ଦୃଷ୍ଟିକୁ ଆସୁଛି । ଏଣୁ ଚଢାଉ କରି ସଂପୃକ୍ତ ଦୋକାନକୁ ସାତ ଦିନ ପର୍ଯ୍ୟନ୍ତ ବନ୍ଦ ରଖିବାପାଇଁ ଜିଲ୍ଲାପାଳ ଅତିରିକ୍ତ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ଜିଲ୍ଲା ସମାଜ ମଙ୍ଗଳ ବିଭାଗ ପକ୍ଷରୁ ପ୍ରତି ସୋମବାର ଦିନ ଅଣ୍ଡା ବିତରଣ ହେବ । ସେପ୍ଟେମ୍ବର ମାସରେ ଚାରି ମାସର ଜାତୀୟ ପେନସନ୍ ଯୋଜନା ଭତ୍ତା ଓ ମଧୁବାବୁ ପେନସନ୍ ଯୋଜନା ଭତ୍ତା ବଣ୍ଟନ କରାଯିବ । ସେପ୍ଟେମ୍ବର ମାସରେ ସମସ୍ତ ଗ୍ରାମ ପଞ୍ଚାୟତ ଗୁଡିକରେ ବୃକ୍ଷରୋପଣ କାର୍ଯ୍ୟ କରାଯିବ । ବ୍ଲକର ସମସ୍ତ ଅଙ୍ଗନଓ୍ବାଡି କେନ୍ଦ୍ର ଓ ବିଦ୍ୟାଳୟ ମାନଙ୍କରେ ସଫେଇକାର୍ଯ୍ୟ ତ୍ବରାନ୍ବୀତ କରିବାପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲା ପାଳଙ୍କ ଏହି ଗସ୍ତ ସମୟରେ ବ୍ଲକ ଏଇ ସୁଜିତ କୁମାର ତହଲ,ଯୋଗାଣ ଅଧିକାରୀ ଜି. ପ୍ରଶାନ୍ତ କୁମାର ରାଓ, ବ୍ଲକ ଶିକ୍ଷା ଅଧିକାରୀ ଏସ.ଗିରିଧାରୀ,ବରିଷ୍ଠ କିରାଣୀ ସାହେବ ଶବର,ଜେଇ କୈଳାଶ ପାତ୍ର, ସୁଶାନ୍ତ କୁମାର ମିଶ୍ର, ଅଚ୍ୟୁତାନନ୍ଦ ପଟ୍ଟନାୟକ,ଜିଲ୍ଲା ପରିଷଦ ସଭ୍ୟ ବୃନ୍ଦାବନ ଖଟାଇ,ହୁଗୁଳାପଟ୍ଟ ଗ୍ରାମ ପଞ୍ଚାୟତ ସରପଞ୍ଚ ପ୍ରଦୀପ କୁମାର ମଲଣା, ବାଘଲଟି ସରପଞ୍ଚ ସାରଥୀ ଗୌଡ଼, ଲାଞ୍ଜିଆ ସରପଞ୍ଚ ପ୍ରତିନିଧି ସନ୍ତୋଷ ଚୌଧୁରୀ,ଦକ୍ଷିଣପୁର ସରପଞ୍ଚ ବିଷ୍ଣୁପ୍ରିୟା ପାତ୍ର,ଗୁରୁଣ୍ଠି ସରପଞ୍ଚ ମିନତୀ ପାତ୍ର, କୁକୁଡ଼ାଖଣ୍ଡି ସରପଞ୍ଚ ଅଦଲ. ଚେନୋୟା,ଲୋଚାପଡା ସରପଞ୍ଚ ମିନତୀ ବେହେରା, ବୋରିଗାଁ ସରପଞ୍ଚ ବସନ୍ତ କୁମାର ସାହୁ, ବାଲିପଡା ପଞ୍ଚାୟତ ସରପଞ୍ଚ ଉମାଶଙ୍କର ସାମଲ , ରୋହିଗାଁ ସରପଞ୍ଚ ରାଧାରାଣୀ ଜେନା, ଜଗଦଳପୁର ପଞ୍ଚାୟତ ସରପଞ୍ଚ ହାଡୁବନ୍ଧ ବେହେରା ,ବନ୍ଥପଲ୍ଲୀ ସରପଞ୍ଚ ପ୍ରଶାନ୍ତ କୁମାର ସ୍ୱାଇଁ,ମସିହାଖାଲି ସରପଞ୍ଚ ପ୍ରତିନିଧି ଶିବରାମ ମହାରଣା ପ୍ରମୁଖ ଉପସ୍ଥିତ ଥିଲେ ।
Spread the love