ମୁମ୍ୱାଇ,୦୪/୦୯ :ଲୋକପ୍ରିୟ Online Multiplayer Game ସମେତ ୧୧୮ ଟି ଚୀନ ଆପ୍ କୁ ଭାରତ ସରକାର ନିଷିଦ୍ଧ ଘୋଷଣା କରିବା ପରେ ବଲିଉଡ୍ ଅଭିନେତା ଅକ୍ଷୟ କୁମାର ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆତ୍ମନିର୍ଭରଶୀଳ ଭାରତ ଆନ୍ଦୋଳନକୁ ସମର୍ଥନ ଜଣାଇ ପ୍ରଥମଥର ପାଇଁ ଏକ ଅକ୍ସନ୍ ମଲ୍ଟିପ୍ଲେୟାର ଗେମ୍ ଉପସ୍ଥାପନ କରିବାକୁ ଯାଉଛନ୍ତି । ଏହି ଗେମ୍ ର ନାମ FAU-G ରହିଛି । ତେବେ ଅକ୍ଷୟ କୁମାର ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟ୍ ରେ ଏ ନେଇ ସୂଚନା ଦେବା ସହ ଉଲ୍ଲେଖ କରିଛନ୍ତି ଯେ ” ପ୍ରଧାନମନ୍ତ୍ରୀଙ୍କ ଆତ୍ମନିର୍ଭରଶୀଳ ଭାରତ ଆନ୍ଦୋଳନକୁ ସମର୍ଥନ ଜଣାଇ ପ୍ରଥମଥର ପାଇଁ ମଲ୍ଟିପ୍ଲେୟାର ଆ ଗେମ୍ Fearless and United Guards(FAU-G) ଉପସ୍ଥାପନ କରୁଥିବାରୁ ଗର୍ବିତ ମନେକରୁ ଅଛି । ଏହି ଗେମ୍ ମନୋରଞ୍ଜନ ବ୍ୟତୀତ ଆମ ଦେଶର ଯବାନ ମାନଙ୍କ ବଳିଦାନ ସମ୍ପର୍କରେ ମଧ୍ୟ ବର୍ଣ୍ଣନା କରିବା । ଏଠି ସହ ଏହି ଖେଳରୁ ମିଳିବାକୁ ଥିବା ନେଟ୍ ରାଜସ୍ବ ର ୨୦ ପ୍ରତିଶତ ସିଧାସଳଖ “ଭାରତ କେ ବୀର୍” ଟ୍ରଷ୍ଟ କୁ ପ୍ରଦାନ କରାଯିବ । ଏହି ଗେମ୍ ସହିତ ଅଭିନେତା ଅକ୍ଷୟ କୁମାର Digital Gaming ଦୁନିଆରେ ପାଦ ରଖିଥିବାରୁ ତାଙ୍କୁ ବିଭିନ୍ନ ମହଲରୁ ପ୍ରଶଂସା ର ସୁଅ ଚୁଟିଛି । ସାମାଜିକ ଗଣମାଧ୍ୟମ ରେ FAU-G ସମ୍ପର୍କରେ ଘୋଷଣା କରିଥିବାରୁ ଏହି ଗେମ୍ ସମ୍ବନ୍ଧରେ କୌଣସି ଅଧିକ ସୂଚନା ମିଳିପାରିନାହିଁ । । ତେବେ ଏହି ଖବର ସାମାଜିକ ଗଣମାଧ୍ୟମରେ ଆଲୋଡନ ସୃଷ୍ଟି କରିଥିବା ବେଳେ ଯୁବବର୍ଗଙ୍କ ମଧ୍ୟରେ ଉତ୍ସାହ ଭରିଦେଇଛି ।
110