Skip to content
ଗଞ୍ଜାମ,୫/୯(ମନୋଜ ପାତ୍ର):କବିସୂର୍ଯ୍ୟ ନଗର ନିର୍ବାଚନ ମଣ୍ଡଳୀ ବିଧାୟିକା ଲତିକା ପ୍ରଧାନ ବେଗୁନିଆପଡା ବ୍ଲକରେ ଗୁରୁ ଦିବସରେ ଭତ୍ତା ବଣ୍ଟନ କରିଛନ୍ତି ।ପ୍ରଥମେ ବ୍ଲକରେ ପହଞ୍ଚିବା ପରେ ଆୟୋଜିତ ଭିଡ଼ିଓ କନ୍ଫରେନ୍ସରେ ଯୋଗ ଦେଇ ଏମ ଏନ ଆର ଇଜିଏ, ମୃତ୍ତିକା ସଂରକ୍ଷଣ, ଜଳ ବିଭାଜିକା ଓ ବିଦ୍ୟୁତ ବିଭାଗରେ ହେଉଥିବା ଯୋଜନାରେ ବିଧାୟକଙ୍କ ଗୁରୁତ୍ୱ ରହୁନଥିବା ଦାବି କରୀଥିଲେ ।ଏହା ପରେ ସାମାଜିକ ଦୂରତା ରକ୍ଷା କରି ୨୨୫ଜଣ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ କରିଛନ୍ତି। ସେଥିମଧ୍ୟରୁ ୭୭ ଜଣ ଭିନ୍ନକ୍ଷମ ଭତ୍ତା ,୬୨ଜଣଙ୍କୁ ବାର୍ଦ୍ଧକ୍ୟ ଭତ୍ତା , ୫୨ ଜଣଙ୍କୁ ବିଧବା ଭତ୍ତା, ୭ଜଣଙ୍କୁ ଅସହାୟ ଭତ୍ତା ଓ ୨୮ ଜଣଙ୍କୁ ଇନ୍ଦିରାଗାନ୍ଧୀ ଜାତୀୟ ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନ କରିଥିଲେ।ଏହି ଅବସରରେ ବ୍ଲକ ବିଡ଼ିଓ ବେଦବର ପ୍ରଧାନ, ବ୍ଲକ ଅଧ୍ୟକ୍ଷ ପ୍ରତିନିଧି ବିଜୟ କୁମାର ଦୋରା, ଜିଲ୍ଲା ପରିଷଦ ପ୍ରତିନିଧି ତ୍ରିନାଥ ଭୂୟାଁ , ନିରଂଜନ ବେହେରା ,ସରପଞ୍ଚ ଓ ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ଥିଲେ।