88

ବନ୍ୟାଞ୍ଚଳରେ ପ୍ରଜ୍ଞାନମିଶନ ପକ୍ଷରୁ ରିଲିଫ ବଂଟନ

ରାଜନଗର,୬/୯; ରାଜନଗର ବ୍ଲକର ବନ୍ୟା ପ୍ରଭାବିତ ଗ୍ରାମଗୁଡିକରେ ପ୍ରଜ୍ଞାନମିଶନ ପକ୍ଷରୁ ରିଲିଫ ବଂଟନ କରାଯାଇଛି । ଏହି ବ୍ଲକ ରାଜପୁର ପଚାଂୟତର ଚନ୍ଦନପୁର, ରାଜପୁର, ବାଲିଚନ୍ଦ୍ରପୁର, ବଳଭଦ୍ରପ୍ରସାଦର ୯୫ ପରିବାର ଓ ବେଲପାଳ ଗାଁର ୧୧ଟି ୱାର୍ଡର ୧୨୦ପରିବାରଙ୍କୁ ରିଲିଫ ପ୍ରଦାନ କରାଯାଇଥିଲା । ସେହିଭଳି ଓସ୍ତିଆ ପଚାଂୟତର ନଗଡ, ଓସ୍ତିଆ, ବନ୍ଧପାଟଣା ଓ ଭଗବାନପୁର ଗାଁର ବନ୍ୟା ପ୍ରଭାବିତ ପରିବାରଙ୍କୁ ରିଲିଫ ବଂଟନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ସ୍ୱାମୀ ଅନିର୍ବାଣାନନ୍ଦ ଗିରି, ସ୍ୱାମୀ ସୁଗୀତାନନ୍ଦ ଗିରିଙ୍କ ନେତୃତ୍ୱରେ ଅନିଲକୁମାର ଦାସ, କପିଳଚନ୍ଦ୍ର ଦାସ, ରମେଶଚନ୍ଦ୍ର ରାଉତ, ସରୋଜକୁମାର ପ୍ରଧାନ, ନିର୍ମଳଚନ୍ଦ୍ର ଦାସ ପ୍ରମୁଖ ସଦସ୍ୟମାନେ ରିଲିଫ ବଂଟନ କରିଥିଲେ । ପଟ୍ଟାମୁଣ୍ଡାଇ ବ୍ଲକର ଅଣ୍ଡରା ପଚାଂୟତରେ ମିଶନ ପକ୍ଷରୁ ମଧ୍ୟ ରିଲିଫ ବଂଟନ କରାଯାଇଥିଲା ।

Spread the love