ମଦରଙ୍ଗା ଶାଗ ରାଇ
ଆବଶ୍ୟକ ସାମଗ୍ରୀ : ୨ ବିଡ଼ା ପରିଷ୍କାର ମଦରଙ୍ଗା ଶାଗ, ଗୋଟିଏ ବଡ଼ ଆଳୁ, ୧ଟି ପିଆଜ, ୧ ଚାମଚ ସୋରିଷ ଓ ରସୁଣ ବଟା, ୫ଟି ବଡ଼ି, ୧ ଚାମଚ ପଞ୍ଚଫୁଟଣ,୫ଟି କଞ୍ଚାଲଙ୍କା, ଅଳ୍ପ ହଳଦି, ୫କୋଲା ରସୁଣ, ଅଳ୍ପ ତେଲ ଏବଂ ସ୍ୱାଦ ଅନୁଯାୟୀ ଲୁଣ ।
ପ୍ରସ୍ତୁତ ପ୍ରଣାଳୀ : ମଦରଙ୍ଗା ଶାଗକୁ ଧୋଇ ପରିଷ୍କାର କରି ଚୂନା ଚୂନା କାଟି ରଖନ୍ତୁ । ଆଳୁରୁ ଚୋପା ଛଡ଼ାଇ ଛୋଟ ଛୋଟ କାଟି ରଖନ୍ତୁ । କଡ଼େଇରେ ତେଲ ଗରମ କରି ଆଳୁକୁ ଅଧା ଭାଜି କାଢ଼ି ରଖନ୍ତୁ । ଏହା ପରେ ବଡ଼ିକୁ ଭାଜି କାଢ଼ି ରଖନ୍ତୁ । କଡ଼େଇରେ ଆଉ ଅଳ୍ପ ତେଲ ଦେଇ ଫୁଟଣ ଓ କଟା ପିଆଜ ପକାଇ ଭାଜନ୍ତୁ । ଏହା ପରେ ସୋରିଷ ଓ ବଟା ରସୁଣ ପକାଇ ୨ ମିନିଟ୍ କଷନ୍ତୁ । ଏଥିରେ ହଳଦି ଓ ଲୁଣ ଦେଇ ଶାଗ ଓ ଆଳୁ ପକାଇ ଗୋଳାଇ ଅଧା କପ୍ ପାଣି ଦେଇ ଘୋଡ଼ାଇ ଦିଅନ୍ତୁ । ଏହା ଫୁଟି ଆସିଲେ ବଡ଼ିକୁ ଭାଙ୍ଗି ପକାଇ ଦିଅନ୍ତୁ । ବଡ଼ି ନରମ ହୋଇଗଲେ ଏଥିରେ ରସୁଣ ଓ କଞ୍ଚାଲଙ୍କା ଛେଚି ପକାନ୍ତୁ ଓ ଉପରେ ୧ ଚାମଚ ସୋରିଷ ତେଲ ବୁଲାଇ ଓହ୍ଲାଇ ଗରମ ଗରମ ପରଷନ୍ତୁ ।