66

ଜଗତସିଂହପୁର ଜିଲ୍ଲା ପରିଷଦ କାର୍ଯ୍ୟାଳୟ ପରିଷରରେ ମାଁ ପାଇଁ ଗଛଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ

ଜଗତସିଂହପୁର:  କେନ୍ଦ୍ର ସରକାର ତଥା ରାଜ୍ୟ ସରକାରଙ୍କର ମା’ ପାଇଁ ଗଛଟିଏ କାର୍ଯ୍ୟକ୍ରମ ଆଧାର କର୍ମେ। ଓ ଉପମୁଖ୍ୟ ମନ୍ତ୍ରୀ ଶ୍ରୀମତୀ ପ୍ରଭାତି ପରିଡ଼ା ଙ୍କ ଆହ୍ବାନ ରେ ଜଗତସିଂହପୁର ଜିଲ୍ଲାପରିଷଦ କାର୍ଯ୍ୟାଳୟ ପରିସରରେ ଜିଲ୍ଲାପରିଷଦ ଅଧ୍ୟକ୍ଷ ମନୋଜ୍ ଭୋଇ ଙ୍କ ନେତୃତ୍ବରେ  ବୃକ୍ଷରୋପଣ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା। ଅବସରରେ   ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ସଭାପତି ଶ୍ରୀ ମନୋଜ କୁମାର ଭୋଇ ପରିବେଶ ପାଇଁ ବୃକ୍ଷ ର ଉପାଦେୟତା ସମ୍ପର୍କରେ ଆଲୋକପାତ କରିଥିଲେ। ସମ୍ମାନିତ ଅତିଥି ଭାବେ ଯୋଗଦେଇ ଜିଲ୍ଲାପାଳ ଶ୍ରୀ ଜେ ସୋନାଲ, କହିଥିଲେ, ” ଯେପରି ମା’ ଆମ ଜୀବନର ପ୍ରମୁଖ ଅଂଶବିଶେଷ ସେହିଭଳି ବୃକ୍ଷ ମଧ୍ୟ ଆମ ଜୀବନର ପ୍ରମୁଖ ଅଂଶ।  ବୃକ୍ଷ ବଞ୍ଚି ରହିଲେ ବିଶ୍ୱ ତିଷ୍ଠି ରହିବ , ଏଣୁ ପ୍ରକୃତିର ସୁରକ୍ଷା ଆମର ଦାୟିତ୍ୱ।” ଏହି କାର୍ଯ୍ୟକ୍ରମକୁ ବ୍ୟାପକ କରିବା ନିମନ୍ତେ ଜିଲ୍ଲା ପ୍ରଶାସନ ସହିତ ବହୁ ସ୍ବେଚ୍ଛାସେବୀ ସଂଗଠନ ମଧ୍ୟ ଯୋଡି ହୋଇ ଏହି ଅଭିଯାନକୁ ସଫଳ କରିବା ପାଇଁ  ସେ ଅନୁରୋଧ କରିଥିଲେ। ଏହା ଏକ ସୁନ୍ଦର ଅଭିଯାନ ହୋଇଥିବାରୁ ଏହି କାର୍ଯ୍ୟକ୍ରମକୁ ଜନାଦୃତ କରିବା ନିମନ୍ତେ ସମସ୍ତେ ନିଜ ମା’ଙ୍କ ନାମରେ ଗୋଟିଏ ଗୋଟିଏ ଗଛ ଲଗାଇବାକୁ ଜିଲ୍ଲାପାଳ ଶ୍ରୀ ଜେ ସୋନାଲ କହିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ମୁଖ୍ୟ ବିକାଶ ତଥା ନିର୍ବାହୀ ଅଧିକାରୀ ଶ୍ରୀ ରବି ନାରାୟଣ ଜେଠୀ,ଅତିରିକ୍ତ ମୁଖ୍ୟ ବିକାଶ ଅଧିକାରୀ ଶ୍ରୀ ଅଭିମନ୍ୟୁ ପଣ୍ଡା ,ଜିଲ୍ଲା ପରିଷଦ କର୍ମକର୍ତ୍ତା,ଓ ବିଭିନ୍ନ ସ୍ଵୟଂସହାୟକ ଗୋଷ୍ଠୀର ମହିଳା କର୍ମୀ ମାନେ ଉପସ୍ଥିତ ରହି ବିଭିନ୍ନ ଚାରା ରୋପଣ କରିଥିଲେ।  ସରକାରଙ୍କର  “ମାଆ ପାଇଁ ଗଛ ଟିଏ” , ଯୋଜନାକୁ ସଫଳ ରୂପାୟନ ଦେବା ପାଇଁ ଆମେ ସଦା ସର୍ବଦା ଚେଷ୍ଟିତ ରହିବା ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ । ସୂଚନାଯୋଗ୍ୟଯେ, ଆଜିର ଏହି କାର୍ଯ୍ୟକ୍ରମ ଅନ୍ତର୍ଭୁକ୍ତ ଯୋଜନାରେ ଜିଲ୍ଲା ପରିଷଦ ପରିସରରେ ୧୨୦ରୁ ଉର୍ଦ୍ଧ୍ୱ ଚାରା  ରୋପଣ କରାଯାଇଛି ଏବଂ ଏହାର ଯତ୍ନ ନେବାପାଇଁ ମଧ୍ୟ ବିଭାଗୀୟ କର୍ମକର୍ତ୍ତା ମାନଙ୍କୁ ଦାୟିତ୍ୱ ଦିଆଯାଇଛି।  ପରେ ଜିଲାପାଳ ଓ ଜିଲ୍ଲାପରିଷଦ ଅଧ୍ୟକ୍ଷ ମନୋଜ୍ କୁମାର ଭୋଇ ଜଗତସିଂହପୁର ସାନ ବଜାର ନିକଟରେ ଏକ ବୃହତ୍ ଇଣ୍ଡିଆନ ବ୍ୟାଙ୍କ ର ଉଦଘାଟନ କାର୍ଯ୍ୟକ୍ରମ ରେ ଯୋଗ ଦେଇ ବ୍ୟାଙ୍କ ର ଉଦଘାଟନ କରିଥିଲେ ।

Spread the love