ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାର ଏରସମା ବ୍ଲକ ଅନ୍ତର୍ଗତ ବହୁ ଚର୍ଚ୍ଚିତ ଢ଼ିଙ୍କିଆ ପଞ୍ଚାୟତ ପାଇଁ ପଞ୍ଚାୟତ ନିର୍ବାଚନ ତାରିଖ ଘୋଷଣା ହେବାଠାରୁ ତିନିଦଳର ସମର୍ଥୀତ ଆଶାୟୀ ପ୍ରାର୍ଥୀଙ୍କ ଭିତରେ କସରତ ଆରମ୍ଭ ହୋଇଗଲାଣି। ପଞ୍ଚାୟତ ନିର୍ବାଚନ ଆସନ୍ତା ଅକ୍ଟୋବର ୪ ତାରିଖରେ ଅନୁଷ୍ଠିତ ହେବ।ଏଥିପାଇଁ ଆସନ୍ତା ୬ ତାରିଖ ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ ରଖାଯାଇଥିବା ବେଳେ ଯାହାକୁ ନେଇ ବିଜେଡି ଓ କଂଗ୍ରେସ ଦଳର ସମର୍ଥୀତ ଆଶାୟୀ ପ୍ରାର୍ଥୀ ଅନେକ ଥିବାରୁ ଉଭୟଙ୍କ ଭିତରେ ଟଣା ଟଣି କାହାକୁ ପ୍ରାର୍ଥୀ କରିବେ ବୋଲି। ନେତା ଓ କର୍ମୀଙ୍କ ଭିତରେ ଅଙ୍କ ଛିଡୁନଥିବା ବେଳେ ଆଜି ଭାରତୀୟ ଜନତା ପାର୍ଟି ବିଧିବଦ୍ଧ ଭାବେ ବାସନ୍ତୀ ଖଟୁଆଙ୍କୁ ତା’ର ସମର୍ଥୀତ ସରପଞ୍ଚ ପ୍ରାର୍ଥୀନୀ ଘୋଷଣା କରିଛି। ଏହି ଅବସରରେ ଆଜି ସନ୍ଧ୍ୟାରେ ଏରସମା ସ୍ଥିତ ଦଳୀୟ କାର୍ଯ୍ୟାଳୟରେ ବାଲିକୁଦା ଏରସମା ବିଜେପି ନେତା ସତ୍ୟସାରଥୀ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।ବୈଠକରେ ଜିଲ୍ଲା କୋଷାଧ୍ୟକ୍ଷ ନିର୍ଲିପ୍ତ ଜେନା,କ୍ରୁଷକ ମୋର୍ଚ୍ଚା ଜିଲ୍ଲା ସଭାପତି ତପନ ବେହେରା,ଏରସମା ମଣ୍ଡଳ ସଭାପତି ଜଟାଧାରି ସ୍ଵାଇଁ,ଜିଲ୍ଲା ଯୁବ ମୋର୍ଚ୍ଚା ସମ୍ପାଦକ ସୁଶାନ୍ତ ସ୍ଵାଇଁ,ବାଲିତୁଠ ମଣ୍ଡଳ ସମ୍ପାଦକ ନିତ୍ୟାନନ୍ଦ ସ୍ଵାଇଁ,ଓବିସି ମୋର୍ଚ୍ଚା ସମ୍ପାଦକ ଅମରେନ୍ଦ୍ର ଦଳାଇ,କ୍ଷେତ୍ର ମୋହନ ସାହୁ ଓ ନାରୀନେତ୍ରୀ ରାଜଶ୍ରୀ ପଟ୍ଟନାୟକ ପ୍ରମୁଖ ଯୋଗଦେଇ ଥିଲେ।
ବୈଠକରେ ଉପସ୍ଥିତ ଢ଼ିଙ୍କିଆ ପଞ୍ଚାୟତର ସୁବାଷ ନାୟକ, ରାଜୀବ ସାହୁ ଅଜୟ ମଳିକ,ନଟବର ସେଠି,ବିକ୍ରମଜିତ୍ ସାମନ୍ତରାୟ ଓ ଶ୍ରୀଧର ଭୋଳଙ୍କ ସମେତ ଶତାଧିକ କର୍ମୀ ମାନଙ୍କର ସର୍ବସମ୍ମତ ନିଷ୍ପତ୍ତିକ୍ରମେ,ବିଜେପି ନେତା ଶ୍ରୀ ମହାନ୍ତି ସରପଞ୍ଚ ପ୍ରାର୍ଥୀନୀ ଭାବରେ ବାସନ୍ତୀ ଖଟୁଆଙ୍କ ନାମ ଘୋଷଣା କରିଛନ୍ତିି।ସେ ଢ଼ିଙ୍କିଆ ଚାରିଦେଶର ସଂଗ୍ରାମୀ ନେତା ସ୍ୱର୍ଗତ୍ୱ ସଞ୍ଜୟ ବେହେରାଙ୍କ ପତ୍ନୀ ସେ ଶିକ୍ଷକତାରୁ ଅବସର ପରେ ସ୍ୱାମୀ ଙ୍କ ଅଧାଅଧୁରା ସ୍ୱପ୍ନକୁ ପୂରଣ କରିବା ସହିତ ପଞ୍ଚାୟତର ମୌଳିକ ଅସୁବିଧା ବୁଝିବେ ବେଲି ପ୍ରକାଶ କରିଥିଲେ ଏତି ସହ ବିଜେପି ପକ୍ଷରୁ ଏପରି ଉପକାରି ନିଷ୍ଠାପର ପ୍ରାର୍ଥୀ ଚୟନ କରିଥିବାରୁ ସମସ୍ତେ ଏକାଠି ହେଇ ଶ୍ରୀମତି ବାସନ୍ତୀ ଖଟୁଆ କିପରି ବିପୁଳ ପରିମାଣରେ ଜିତିବେ ସେ ଦିଗରେ କାମ କରିବା ପାଇଁ କର୍ମୀ ମାନେ ପ୍ରତିଶ୍ରୁତି ନେଇଥିଲେ।