82

ଗୁମୁରି କାନ୍ଦୁଛି ସଖି କଣ୍ଢେଇ

ଭୁବନେଶ୍ୱର,୨୦ା୧( ସରସିନୀ ସୁବୁଦ୍ଧି):ପିଢିପରେ ପିଢି ଏହି ଗାଁର ଲୋକମାନେ କେଣ୍ଡେଇ ତିଆରି ସହ ସଖି କଣ୍ଢେଇ ନୃତ୍ୟ କରି ପରିବାର ଚଳାନ୍ତି । ଏହା ସେହି ଅଞ୍ଚଳର ଏକ ପାରମ୍ପରିକ କଳା ମଧ୍ୟ, ଏହାକୁ ବଞ୍ଚାଇ ରଖିବା ପାଇଁ ସେଠାକାର କଳାକାର ମାନେ ସଂଘର୍ଷ କରୁ ଛନ୍ତି । ସରକାରୀ ଓ ବେସରକାରୀ ସଂସ୍ଥାର ପ୍ରୋତ୍ସାହନ ଅଭାବରୁ ଏହି କଳାଟି ଅବହେଳିତ ଅବସ୍ଥାରେ ଅସାହାୟ ହୋଇ ପଡ଼ି ରହିଛି ।
ରାଜ୍ୟର ବିଭିନ୍ନ ଅଞ୍ଚଳରେ ଅନେକ ପ୍ରକାର ଲୋକନୃତ୍ୟ ଦେଖାଯାଇଥାଏ । ସେଥିମଧ୍ୟରୁ କେନ୍ଦ୍ରାପଡ଼ାର ସଖି କଣ୍ଡେଇ ବା ସଖି ନାଚ ଅନ୍ୟତମ । ଏହା ପ୍ରଥମେ କେନ୍ଦ୍ରାପଡ଼ା ଜିଲ୍ଲାରୁ ଆରମ୍ଭ ହୋଇ ପରେ ପରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ପ୍ରସାର ଲଭକରିଥିଲା । ହେଲେ ଏବେ ଏହା କେବଳ କେନ୍ଦ୍ରା ପଡ଼ାର କିଛିଟି ଅଞ୍ଚଳ ଯଥା ମନ୍ତ୍ରୀପଡ଼ା ଓ ପାଳକଣାରେ ଦେଖାଯାଉଥିଲେ ହେଁ ଅନ୍ୟସବୁଠି ବିଲୁପ୍ତ ପ୍ରାୟ । ପିଢିପରେ ପିଢି ଏହି ଗାଁର ଲୋକମାନେ କେଣ୍ଡେଇ ତିଆରି ସହ ସଖି କଣ୍ଢେଇ ନୃତ୍ୟ କରି ପରିବାର ଚଳାନ୍ତି । ଏହା ସେହି ଅଞ୍ଚଳର ଏକ ପାରମ୍ପରିକ କଳା ମଧ୍ୟ, ଏହାକୁ ବଞ୍ଚାଇ ରଖିବା ପାଇଁ ସେଠାକାର କଳାକାର ମାନେ ସଂଘର୍ଷ କରୁ ଛନ୍ତି । ସରକାରୀ ଓ ବେସରକାରୀ ସଂସ୍ଥାର ପ୍ରୋତ୍ସାହନ ଅଭାବରୁ ଏହି କଳାଟି ଅବହେଳିତ ଅବସ୍ଥାରେ ଅସାହାୟ ହୋଇ ପଡ଼ି ରହିଛି । ଆଉ ଏହାକୁ ନିଜ ପର ପିଢିଙ୍କ ପାଖରେ ପହଁଚାଇବା ପାଇଁ ଉଦ୍ୟମ କରିଚାଲିଛନ୍ତି ଏବେ ରହିଥିବା କେଇ ଜଣ ହାତଗଣତି ବୟସ୍କ କଳାକାର ।

Spread the love