କରୋନା ଚିକିତ୍ସାରେ ଅସହଯୋଗ କରିବେ
ଭୁବନେଶ୍ୱର,୫/୮(ଓଡିଆନ ମିଡିଆ): ସ୍ଥାୟୀ ନିଯୁକ୍ତି ଦାବି କରି ଆସନ୍ତା ଅଗଷ୍ଟ ୭ରୁ ଆୟୁଷ ଡାକ୍ତର କଳାବ୍ୟାଜ ପିନ୍ଧି କାର୍ଯ୍ୟ କରିବେ ବୋଲି ସଂଘର ସଭାପତି ଡା, ଜ୍ୟୋତି ରଞ୍ଜନ ଗାହାଣ କହିଛନ୍ତି । ଏହାପରେ ଯଦି ଦାବି ପୂରଣ କରାନଯାଏ ତେବେ ଆଗକୁ କରୋନା ଚିକିତ୍ସାରେ ଅସହଯୋଗ କରିବେ ବୋଲି ଚେତାବନୀ ଦେଇଛନ୍ତି ।ରାଜ୍ୟରେ ଅନେକ ଡାକ୍ତରଖାନାରେ ଏଲୋପାଥିକ ଡାକ୍ତରଙ୍କ ଅଭାବ ରହିଛି। ସେଠାରେ ଏହି ଆୟୁଷ ଡାକ୍ତରମାନେ ହିଁ ଚିକିତ୍ସା କରୁଛନ୍ତି । ବନ୍ୟା, ବାତ୍ୟା ସମୟରେ ମଧ୍ୟ ସମସ୍ତ ସେବା ପ୍ରଦାନ କରୁଛନ୍ତି । କରୋନା ସମୟରେ ସହଯୋଗ କରିଆସିଛନ୍ତି । ଅନେକ ଡାକ୍ତର କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି । ହେଲେ ସ୍ଥାୟୀ ନିଯୁକ୍ତି ଦେବାରେ ସରକାର ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ନିର୍ଦ୍ଦେଶ ଅନୁସାରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକରେ ଓପିଏସ୍ସି ପରୀକ୍ଷା ବଦଳି ସରଳ ଉପାୟରେ ସ୍ଥାୟୀ ନିଯୁକ୍ତି ଦେବାକୁ ସ୍ଥିର ହୋଇଥିଲା । ହେଲେ ଏପର୍ଯ୍ୟନ୍ତ ଅନୁମୋଦନ ପାଇଁ ଫାଇଲ ଅର୍ଥ ବିଭାଗକୁ ଯାଇନାହିଁ । ଯାହାକୁ ନେଇ ସଂଘ କ୍ଷୋଭ ପ୍ରକାଶ କରିବା ସହିତ ଆସନ୍ତା ଅଗଷ୍ଟ ୭ରୁ ୧୪ ଯାଏଁ କଳାବ୍ୟାଜ୍ ପିନ୍ଧି କାର୍ଯ୍ୟ କରିବା ନିଷ୍ପତ୍ତି ନେଇଛି । ତେଣୁ ଆସନ୍ତା ୭ ଡାକ୍ତରଖାନାରେ ଏହି ଆୟୁଷ ଡାକ୍ତରମାନେ କଳାବ୍ୟାଚ୍ ପରିଧାନ କରି ଧରି ରୋଗୀ ସେବା କରିବେ । ଏହା ପରେ ଯଦି କୌଣସି ପଦକ୍ଷେପ କାର୍ଯ୍ୟରେ ନିୟୋଜିତ ହୋଇଥିବା ଆୟୁଷ ଡାକ୍ତରମାନଙ୍କ ଗ୍ରହଣ କରାନଯାଏ ଆଗାମୀ ଦିନରେ କରୋନା କାର୍ଯ୍ୟରେ ମଧ୍ୟରୁ ସଂଜାମ ଓ କେତେକ ସଂକ୍ରମିତ ଅନ୍ୟ ଜିଲ୍ଲାରେ ଅସହଯୋଗ କରାଯିବ ବୋଲି ତା ପାଣିଗ୍ରାହୀ କହିଛନ୍ତି।
378