କେରଳ: କେରଳର କୋଝିକୋଡ ବିମାନବନ୍ଦରରେ ଏୟାର ଇଣ୍ଡିଆର ବିମାନ ରନେଓ୍ଵରେ ଦୁଇଖଣ୍ଡ ହୋଇଯିବା ପରେ ହେଲପ୍ଲାଇନ୍ ନମ୍ବର ଜାରି ହୋଇଛି। ସିଆଇଏସ୍ଏଫ୍ର ମହାନିର୍ଦ୍ଦେଶକ ରାଜେଶ ରଂଜନ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ଶ୍ରୀ ରଂଜନ କହିଛନ୍ତି, ଦୁର୍ଘଟଣା ପରେ ହେଲ୍ପଲାଇନ୍ ନମ୍ବର (୦୫୬୫୪୬୩୯୦୩, ୦୫୪୩୦୯୦୫୭୨, ୦୫୪୩୦୯୦୫୭୨, ୦୫୪୩୯୦୫୭୫) ଜାରି ହୋଇଛି। ସେ କହିଛନ୍ତି, ଆମର ଟିମ୍ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ଆମର ଟିମ୍ ବିମାନ ଯାତ୍ରୀଙ୍କୁ ବାହାର କରିବାରେ ଲାଗିପଡ଼ିଛନ୍ତି। ସେହିପରି ଉଦ୍ଧାର କାର୍ଯ୍ୟ ପାଇଁ ଏନ୍ଡିଆରଏଫ୍ର ଏକ ଟିମ କୋଝିକୋଡ ଅଭିମୁଖେ ବାହାରିଛନ୍ତି। ଏନ୍ଡିଆରଏଫ୍ର ଏହି ଟିମ୍ରେ ୫୦ ଜଣ ସଦସ୍ୟ ଅଛନ୍ତି।ଡିଜିସିଏ ଅନୁସାରେ ଏୟାର ଇଣ୍ଡିଆ ଏକ୍ସପ୍ରେସ୍ AXB1344, ବୋଇଂ ୭୩୭ ଦୁବାଇରୁ କାଲିକଟ ଆସୁଥିଲା। ବିମାନରେ ୧୯୧ ଜଣ ଯାତ୍ରୀ ଥିଲେ। ପ୍ରବଳ ବର୍ଷା ଯୋଗୁଁ ବିମାନଟି ରନୱେରେ ଅବତରଣ କରିବା ସମୟରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ବିମାନରେ କ୍ରୁ ସଦସ୍ୟଙ୍କ ସମେତ ୧୯୧ ଜଣ ଯାତ୍ରୀ ଥିଲେ। ଏଥିରେ ୧୦ ଜଣ ଶିଶୁ ମଧ୍ୟ ସାମିଲ ଥିଲେ।୧୯୧ ଜଣ ଯାତ୍ରୀଙ୍କୁ ନେଇ ଦୁବାଇରୁ ଆସିଥିବା ଏୟାର୍ ଇଣ୍ଡିଆ ଏକ୍ସପ୍ରେସ୍ ବିମାନ ଶୁକ୍ରବାର ସନ୍ଧ୍ୟା ୭ଟାରେ କେରଳର କୋଝିକୋଡ଼ ଠାରେ କ୍ରାସ୍ ଲ୍ୟାଣ୍ଡିଙ୍ଗ୍ କରିବାରୁ ପାଇଲଟ୍ଙ୍କର ମୃତ୍ୟୁ ଘଟିବା ସହ ଯାତ୍ରୀମାନେ ଆହତ ହୋଇଛନ୍ତି। ବିମାନ ଲ୍ୟାଣ୍ଡିଙ୍ଗ୍ କରିବା ସମୟରେ ପ୍ରବଳ ବୃଷ୍ଟିପାତ ମଧ୍ୟରେ କାରିପୁର ବିମାନ ବନ୍ଦରରେ ଦୁର୍ଘଟଣା ଘଟିଥିବା କୁହାଯାଉଛି। ବିମାନଟିର ସମ୍ମୁଖ ଭାଗ ଦୁଇ ଖଣ୍ଡ ହୋଇଯାଇଛି।
137