70

ଶ୍ରୀମନ୍ଦିରରେ ହେବ ଶାରଦୀୟ ପୂଜା

ପୁରୀ,୮/୮: ଚଳିତବର୍ଷ ଶ୍ରୀମନ୍ଦିରରେ ଷୋଡ଼ଶଦିନାତ୍ମକ ପୂଜା ବିଧି ୪୫ ଦିନ ଧରି ପାଳନ ହେବ । ଯୋଡ଼ା ଆଶ୍ୱିନ ମାସ ପହୁଥିବାରୁ ଏହି ପୂଜାର ଅବଧି ୧୬ ଦିନରୁ ୪୫ ଦିନ ଧରି ଜାରି ରହିବ । ଏହା ପରେ ଆସିବ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ । ଶ୍ରୀମନ୍ଦିର ଷୋଡଶଦିନାତ୍ମକ ପୂଜାର ଅବଧି ବଢ଼ିଥିବାରୁ ଏହାର ବିଧିବିଧାନ ଏବଂ ପୂଜା ବିଧି ନେଇ ପ୍ରାରମ୍ଭିକ ଆଲୋଚନା ହୋଇଯାଇଛି ।ଶ୍ରୀନଅରରେ ପ୍ରାରମ୍ଭିକ ପ୍ରସ୍ତୁତି ବୈଠକରେ ଗଜପତି ମହାରାଜା, ଶ୍ରୀମନ୍ଦିର ନୀତି ପ୍ରଶାସକ, ରାଜପୁରୋହିତ, ଦେଉଳ ପୁରୋହିତ, ରାଜଗୁରୁ ଆଉ ଶ୍ରୀମନ୍ଦିର ନୀତି ପ୍ରଶାସକ ପୂଜାବିଧିକୁ ଶୃଙ୍ଖଳିତ ଏବଂ ସଫଳ କରିବାକୁ ରୂପରେଖ ପ୍ରସ୍ତୁତ କରିଛନ୍ତି । ଆଶ୍ୱିନ ମାସ ମୂଳାଷ୍ଟମୀ ଠାରୁ ନବମୀ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ଷୋଡଶ ଦିନାତ୍ମକ ଶାରଦୀୟ ପୂଜା ପ୍ରତିବର୍ଷ ହୋଉଛି ।ଚଳିତ ବର୍ଷ ଯୋଡା ଆଶ୍ୱିନ ପଡୁଥିବାରୁ ଏହି ପୂଜା ବିଧି ଶ୍ରୀମନ୍ଦିରରେ ସେପ୍ଟେମ୍ବର ୧୦ ତାରିଖରୁ ଅରମ୍ଭ ହୋଇ ଅକ୍ଟୋବର ୨୪ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଏହା ପୂର୍ବରୁ ୨୦୧୨ ଏଭଳି ଯୋଡ଼ା ଆଶ୍ୱିନ ପଡିଥିଲା । ଶ୍ରୀମନ୍ଦିରରେ ଶାରଦୀୟ ପୂଜା ଦିବସର ଦିବସ ମଧ୍ୟ ତଦନୁସାରେ ନିର୍ଦ୍ଧାରଣ ହୋଇଥିଲା । ରେକର୍ଡ ଏବଂ ପୂଜାବିଧି ମୁତାବକ ଏବେ ଶ୍ରୀମନ୍ଦିରରେ ଶାରଦୀୟ ପୂଜା ପ୍ରସ୍ତୁତି ହେବ ବୋଲି ସୂଚନା ମିଳିଛି ।
Spread the love