Skip to content
ଚଳିତ ଶତାବ୍ଦୀର ମଣିଷ ସମାଜ ପାଇଁ ଏକ ବଡ଼ ଆହ୍ୱାନ ପାଲଟିଛି ମହାମାରୀ କରୋନା । ସମସ୍ତଙ୍କ ନିତିଦିନିଆ ଜୀବନ ଶୈଳୀକୁ କରିଦେଇଛି ବହୁ ପରିବର୍ତନ । ଚୀନରୁ ଚେରଟଂପଡ଼ା ପର୍ଯ୍ୟନ୍ତ କାୟା ବିସ୍ତାର କରିଦେଇଛି ‘କରୋନା’ । ପ୍ରକୃତି ସହିତ ମଣିଷ ସମାଜର ଚାଲିଛି ଏକ ପ୍ରକାର ଅଘୋଷିତ ସଂର୍ଘଷ । ମଣିଷ ହାତରୁ ଯେମିତି ମୁକୁଳୁଛି ପ୍ରକୃତି । ଆଜି ହସିଉଠୁଛି ଆମ ପ୍ରକୃତିରାଣୀ । ମଣିଷବି ବଦଳିଛି । ଏସବୁ ଭିତରେ ସମୟ ବି ବଦଳିଯାଇଛି । ଦିନେ ଭାବି ନଥିବା କଥା ହିଁ ମଣିଷ ପାଇଁ ଆଜି ସବୁ କିଛି ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି । ଆଉ ବଦଳୁଥିବା ମଣିଷ ସମାଜ ଭିତରେ ଜାଣିବାର ଜିଜ୍ଞାସା ବି ବଢ଼ିବାରେ ଲାଗିଛି । ମହାମାରୀ କରୋନାକୁ ପରାସ୍ତ କରି ମଣିଷ ସମାଜର ବିଜୟର ପଥ ପରିଷ୍କାର ଦୃଶ୍ୟମାନ ହେଉଛି । ଏହି ଭଳି ଏକ ଘଡ଼ିସନ୍ଧି ସମୟରେ ‘ଓଡ଼ିଆନ୍ ନ୍ୟୁଜ୍’ ଇ-ପୋର୍ଟାଲ ତିନି ବର୍ଷ ପୂରଣ କରି ଆଜି କ୍ରାନ୍ତି ଦିବସ (ଅଗଷ୍ଟ-୯,୨୦୨୦)ରେ ଚତୁର୍ଥ ବର୍ଷରେ ପଦାର୍ପଣ କରିଛି । ମୋବାଇଲ, ଟାବ୍ଲେଟ୍ ଆଉ କମ୍ପ୍ୟୁଟରରେ ପ୍ରତିମୂହୁର୍ତରେ ଖବର ସହିତ ଜୀବନର ବହୁ ସଂଜ୍ଞା ସଂପର୍କରେ ଅହରହ ଆପଣଙ୍କ ନିକଟରେ ପହଂଚାଇବା ପାଇଁ ପ୍ରୟାସ ଜାରି ରଖିଛୁ । ଆମ ଇ-ପୋର୍ଟାଲ ପଢ଼ିବାରେ ଆପଣ ମାନଙ୍କ ସଦିଚ୍ଛା ଆମକୁ ଆଗକୁ ବଢ଼ିବାର ଆଜି ସଙ୍କଳ୍ପ ରଖୁଛି । ଜଗତରନାଥ ମହାପ୍ରଭୁ ଜଗନ୍ନାଥଙ୍କ ପାଦ ତଳେ ଆଜି ଆମେ ପ୍ରାର୍ଥନା କରୁଛୁ । ଆମେ ଆଗକୁ ଯିବାରେ ମହାପ୍ରଭୁଙ୍କର ଆଶୀର୍ବାଦ କାମନା କରୁଛୁ । ଜୟ ଜଗନ୍ନାଥ ।
-ଓଡ଼ିଆନ୍ ମିଡ଼ିଆ ନେଟ୍ୱର୍କ, ପରିବାର