236

କଳାବ୍ୟାଚ ପରିଧାନ କରି ରୋଗୀସେବା କରୁଛନ୍ତି ରାଜକନିକା ଏବଂ ଆଳିର ଆୟୁଷ ଡ଼ାକ୍ତର ।

ରାଜକନିକା,୧୦/୮(ଓଡ଼ିଆନ୍ ମିଡ଼ିଆ): ଦୀର୍ଘ ୧୩ ବର୍ଷ ଧରି ନିରବଚ୍ଛିନ୍ନ ଭାବେ କାର୍ଯ୍ୟକରୁଥିବା ଆୟୁଷ ଡ଼ାକ୍ତରମାନେ ଦୁଇ ଦଫା ଦାବି ନେଇ ଗତ ୭ତାରିଖରୁ କଳାବ୍ୟାଚ୍ ପିନ୍ଧି ପ୍ରତିବାଦ ସହିତ କୋଭିଡ଼୍ ଚିକିତ୍ସା ଜାରିରଖିଛନ୍ତି । ସେମାବାର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଆଗରେ ଆୟୁଷ ଡ଼ାକ୍ତର ବିଚିତ୍ର କୁମାର ଦାସ, ଡ଼ାକ୍ତର ଚଣ୍ଡାଂଶୁ ଭୂଷଣ ସୂତାର, ଡ଼ାକ୍ତର ତପନ କୁମାର ମାଝି, ଡ଼ାକ୍ତର ଶରତ କୁମାର ଜେନା, ଡ଼ାକ୍ତର ସୁଶାନ୍ତ କୁମାର ସ୍ୱାଇଁ, ଡ଼ାକ୍ତର ପୂରବୀ ପରିଡ଼ା, ଡ଼ାକ୍ତର ମିତାରାଣୀ ବେହେରା, ଡ଼ାକ୍ତର ଦିପ୍ତିରେଖା ମଲ୍ଲିକ, ଡ଼ାକ୍ତର ସ୍ୱାଗତିକା ନାୟକ, ଡ଼ାକ୍ତର ନିଳୀମା ରାଉତ, ଡ଼ାକ୍ତର ଜୋତ୍ସାରାଣୀ ମହଲ, ବିଶ୍ୱଜିତ୍ ସାମଲ ଏବଂ ସ୍ୱାଗତିକା ଦୀକ୍ଷିତ୍ ପ୍ରମୁଖ ଡ଼ାକ୍ତରମାନେ କଳାବ୍ୟାଚ୍ ପିନ୍ଧି ପ୍ରତିବାଦ କରିବା ସହିତ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଏହି ଆୟୁଷ ଡ଼ାକ୍ତର ମାନେ ଦୀର୍ଘ ବର୍ଷ ଧରି କାର୍ଯ୍ୟ କରୁଥିଲେ ମଧ୍ୟ ସରକାରଙ୍କର ସମସ୍ତ ସ୍ୱାସ୍ଥ୍ୟ ଯୋଜନାକୁ ସଫଳ ଭାବେ ରୂପାୟନ କରିବାରେ ଅଗ୍ରଣୀ ରହିଛନ୍ତି । ଏମିତିକି ଚିକିତ୍ସା କେନ୍ଦ୍ରରେ ଏଲୋପାଥି ଡ଼ାକ୍ତରଙ୍କ ଅଭାବ କାରଣରୁ ଅନେକ ସ୍ୱାସ୍ଥ୍ୟକେନ୍ଦ୍ରକୁ ମଧ୍ୟ ସୁପରିଚାଳକା କରୁଛନ୍ତି । ଗୋଟିଏ ଟେବୁଲରେ ବସି ରୋଗୀ ଦେଖୁଥିବା ଡ଼ାକ୍ତରଙ୍କ ସମାନ କାମକୁ ସମାନ ଦରମା ପ୍ରଦାନ କରାଯାଉ ନାହିଁ । ଏଲୋପାଥି ଡ଼ାକ୍ତର ସହିତ ଏହି ଆୟୁଷ ଡ଼ାକ୍ତର ମାନେ ସମାନ କାର୍ଯ୍ୟ କରୁଛନ୍ତି । ରୋଗୀ ସେବା ସହିତ ଆୟୁଷ ଡ଼ାକ୍ତରମାନେ ମମତା ଦିବସ, ଟୀକା କରଣ, ବନ୍ୟା ବାତ୍ୟା ସମୟରେ ମଧ୍ୟ ରୋଗୀ ସେବା କରି ଆସୁଛନ୍ତି । ଏବେ ଗତ ପାଂଚ ମାସ ହେବ ମହାମାରୀ କରୋନା ମୁକାବିଲା କରିବାରେ ଏହି ଆୟୁଷ ଡ଼ାକ୍ତରଙ୍କ ଭୁମିକା ଗୁରୁତ୍ୱପୂର୍ଣ୍ଣ ରହିଛି । ଏହି କାରଣରୁ ଦୀର୍ଘଦିନ ହେବ ଆୟୁଷ ଡ଼ାକ୍ତରମାନେ ସରକାରଙ୍କ ନିକଟରେ ଅନେକ ଥର ଜଣାଇଛନ୍ତି । ହେଲେ ସେମାନ କଥା କୌଣସି ବିଚାର କରାଯାଉନଥିବାର ଅଭିଯୋଗ ହେଉଛି । ସବୁଠାରୁ ବଡ଼ ଆଶ୍ଚଯ୍ୟର କଥାଯେ, କୋଭିଡ଼୍ ଚିକିତ୍ସା ପାଇଁ ନବ ନିଯୁକ୍ତ ହୋଇଥିବା ଆୟୁଷ ଡ଼ାକ୍ତରଙ୍କ ଠାରୁ ମଧ୍ୟ କମ୍ ଦରମା ପାଉଛନ୍ତି । ସେମାନଙ୍କୁ କୋଭିଡ଼୍ ପାଇଁ ଦୈନିକ ୨୨ଶହ ଟଙ୍କା ହିସାବରେ ମାସକୁ ୬୬ ହଜାର ଟଙ୍କା ପ୍ରଦାନ କରାଯାଉଛି । ହେଲେ ସମାନ କୋଭିଡ଼୍ କାମ କରୁଥିବା ଏହି ଆୟୁଷ ଡ଼ାକ୍ତରଙ୍କୁ କମ୍ ଦରମା ମିଳୁନଥିବାରୁ ଅସନ୍ତୋଷ ଦେଖାଦେଇଛି । ଏମିତିକି କୌଣସି ଅଧିକ ପ୍ରୋତ୍ସାହନ ରାଶି ମଧ୍ୟ ମିଳୁନାହିଁ । ଏହି କାରଣରୁ ଡ଼ାକ୍ତରମାନେ କଳା ବ୍ୟାଚ୍ ପରିଧାନ କରି ପ୍ରତିବାଦ କରିଛନ୍ତି । ଚାକିରୀ ନିୟମିତ କରିବା ସହିତ ସମାନ କାମକୁ ସମାନ ଦରମା ଦେବାକୁ ଏହି ଆୟୁଷ ଡ଼ାକ୍ତରମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟରେ ଦାବି କରିଛନ୍ତି ।
Spread the love