112

ଆଜି ପବିତ୍ର ଜନ୍ମାଷ୍ଟମୀ

ଭୁବନେଶ୍ୱର ୧୧/୦୮: ଆଜି ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ । ଭଗବାନ ଶ୍ରୀକୃଷ୍ଣଙ୍କର ଜନ୍ମତିଥି । ଶ୍ରୀକୃଷ୍ଣଙ୍କର ଜନ୍ମାଷ୍ଚମୀ ପାଳନ କରିବାକୁ ଚାରିଆଡେ ଚାଳିଛି ପ୍ରସ୍ତୁତି । ତେବେ ମନ୍ଦିର ଭିତରେ ବୀନା ଭକ୍ତରେ ପାଳନ ହେବ ଏଥର ଜନ୍ମାଷ୍ଚମୀ । ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ‘ଜନ୍ମାଷ୍ଟମୀ’ରୂପେ ଓଡ଼ିଶାର ଘରେ ଘରେ ପାଳିତ ହୁଏ ଜନ୍ମାଷ୍ଚମୀ । ଶ୍ରୀଜଗନ୍ନାଥ ମନ୍ଦିରରେ ଏହି ନୀତିର କେତେକ ସ୍ୱତନ୍ତ୍ରତା ଦେଖାଯାଏ। ଜନ୍ମାଷ୍ଟମୀର ପୂର୍ବଦିନ ସଂଧ୍ୟାଧୂପ ଓ ପ୍ରସାଦଲାଗି ପରେ, ତିନିଠାକୁରଙ୍କୁ ବନ୍ଦାପନା କରାଯାଏ। ଏହାସହ ଶ୍ରୀଜଗନ୍ନାଥଙ୍କ ବିଜେ ପ୍ରତିମା ବା ପ୍ରତିନିଧି ଶ୍ରୀମଦନମୋହନ ମଧ୍ୟ ଏଥିରେ ଭାଗ ନେଇଥାଆନ୍ତି। ଆମ ରାଜ୍ୟ ଭଳି ଉତ୍ତର ଭାରତର ଅଧିକାଶଂ ରାଜ୍ୟ , ମଥୁରା , ବୃନ୍ଦାବନରେ ମଧ୍ୟ ଶ୍ରୀକୃଷ୍ଚ ଜନ୍ମାଷ୍ଟମୀ ବେଶ ଧୁମଧାମରେ ପାଳିତ ହୁଏ । ଚଳିତ ବର୍ଷ କରୋନା ମହାମାରୀ ଯୋଗୁଁ ରାଜ୍ୟର ସମସ୍ତ ମନ୍ଦିର ପ୍ରବେଶ ଉପେର ରୋକ ଲାଗିଥିବାରୁ ଶ୍ରଦ୍ଧାଳୁ ମାନେ ମନ୍ଦିର ନଯାଇ ଘରେ ରହି ପୂଜାର୍ଚ୍ଚନା କରିବାକୁ ପରାମର୍ଶ ଦିଆଯାଇଛି ।

Spread the love