1,102

ରାଜକନିକା ଆସିଲେ ଖାଇବାକୁ ମନେ ବଳେ ‘ବାନାନନା ମିଠା’

ରାଜକନିକା,୧୧/୮(ଓଡ଼ିଆନ୍ ମିଡ଼ିଆ): ମିଠା ଖାଇବାକୁ କାହାକୁ ବା ଭଲ ଲାଗିନଥାଏ । ମିଠା କଥା କହିଲେ ପାଟିରୁ ଲାଳ ବୋହିପଡ଼େ । ସୁଆଦିଆ ମିଠା ସତେ ଯେମିତି ଆମ ଜୀବନ ସଂସ୍କୃତି ସହିତ ଯୋଡ଼ି ହୋଇ ରହିଆସିଛି । କାହା ଘରକୁ ଗଲେ ଆଗ ମିଠା ପ୍ୟାକେଟ୍ ହାତରେ ଧରି ବାକୁ ହୋଇଥାଏ । ସେ ବନ୍ଧୁ ବାନ୍ଧବ ହେଉନ୍ତୁ ଅବା କେଉଁ ସାଙ୍ଗ ସାଥୀ । ଆଉ ଜନ୍ମ ଦିନ ଉତ୍ସବ ହେଉକି ପ୍ରିୟଜନଙ୍କ ଶବ ସତତ୍କାର ପରେ ମଧ୍ୟ ଖୋଜା ପଡ଼େ ମିଠା । ଏସବୁ ଭିତରେ ଆମ ଜନଜୀବନର ପରମ ଆରାଧ୍ୟ ଜଗତରନାଥ ଜଗନ୍ନାଥ ମହାପ୍ରଭୁ ମଧ୍ୟ ମିଠାକୁ ଭଲ ପାଆନ୍ତି । ମା’ ଲକ୍ଷ୍ମୀଙ୍କ ମାନ ଭଞ୍ଜନ ପାଇଁ ମିଠାକୁ ମଧ୍ୟ ସାଥୀରେ ଧରି ଶ୍ରୀମନ୍ଦିରକୁ ଆଣିବାର ରହିଛି ପରମ୍ପରା । ମିଠାବି ମହାପ୍ରଭୁଙ୍କ ନିକଟରେ ଲାଗିକରାଯାଇଥାଏ । ମିଠା ଓଡିଆ ମାନଙ୍କର ନାଁ ବଙ୍ଗାଳୀଙ୍କର ଏଭଳି ଦ୍ୱନ୍ଦରେ ଓଡିଶାକୁ ମିଲିଛି ଜିଆଇ ଟ୍ୟାଗ୍‌ମାନ୍ୟତା । ଏହା ଠାରୁ ସୌଭାଗ୍ୟର କଥା ଆଉ କିଛି ନାହିଁ । ଆମ ରାଜ୍ୟରେ ସାଲେପୁର ମିଠା ସହିତ ଭୁବନେଶ୍ୱରର ପାହାଳ ମିଠା ପାଇଁ ପ୍ରସିଦ୍ଧି ଲାଭ କରିଛି । ହେଲେ ଏସବୁ ମିଠା ଭିତରେ କେନ୍ଦ୍ରାପଡ଼ା ଜିଲାର ରାଜକନିକାରେ ଏକ ସ୍ୱତନ୍ତ୍ର ମିଠା ସାରା ରାଜ୍ୟରେ ସ୍ୱତନ୍ତ୍ର ପରିଚୟ ରହିଛି । ଏମିତିକି ରାଜକନିକାର ‘ବାନାନନା ମିଠା’ର ଚାହିଦା ଏବଂ ଲୋକପ୍ରିୟତା ରାଜ୍ୟ ବାହାରେ ରହିଛି । ସୂଦୁର କଲିକତା ,ଦିଲ୍ଲୀ, ହରିଆନା, ବାଙ୍ଗାଲୋର, ହାଇଦ୍ରାବାଦ୍ ସହିତ ଦେଶ ବାହାରକୁ କୁଏତ୍ ଦୁବାଇ ଏବଂ ସାଉଦିଆରବକୁ ଏହି ‘ବାନାନନା ମିଠା’କୁ ଲୋକମାନେ ସାଥୀରେ ନେଇ ଯାଉଥିବାର ମଧ୍ୟ ଦେଖିବାକୁ ମିଳେ । ଏହା ସହିତ ରାଜକନିକା ଆସୁଥିବା ପ୍ରତ୍ୟେକ ଅତିଥି ମାନଙ୍କୁ ସ୍ଥାନୀୟ ବାସିନ୍ଦା ପ୍ରଥମେ ଏହି ମିଠା ଖାଇବାକୁ ଦେଇଥାନ୍ତି । ବାହାଘର, ବ୍ରତଘର ହେଲେ ଏହି ମିଠା ମଧ୍ୟ ଲୋକମାନଙ୍କର ପ୍ରଥମ ପସନ୍ଦ ରହିଛି ।

ରାଜକନିକା ବ୍ଲକ୍‌ର ଅଶୋକ ବଜାରରେ ରହିଛି ‘ବାନାନନା ମିଠା ଦୋକାନ’ । ସେମିତି ଚାକ୍ୟ ଚକ୍ୟ ନାହିଁ । ସାଇନ୍‌ବୋର୍ଡ଼ ବି ଲେଖାଯାଇନାହିଁ । ଧୂଆଁ ଦୂସରିତ ଦୋକାନ ଘର । ହେଲେ ଗ୍ରାହକଙ୍କ ମିଠା ପାଇଁ ଭିଡ଼ ଲାଗିରହିଥାଏ ସବୁ ବେଳେ । ବେଳେ ବେଳେ ମିଠା ବି ମିଳିନଥାଏ । ଅନେକ ପଚାରି ପଚାରି ଦୋକାନରେ ମିଠା ଖାଇବାକୁ ପହଂଚିଯାଇଥାନ୍ତି । ରାଜକନିକାର ଏହି ମିଠା ଦୋକାନକୁ ଚେରଟଂପଡ଼ା ଗ୍ରାମର ସ୍ୱର୍ଗତ ବାନାମ୍ବର ଦାଶ ଆରମ୍ଭ କରିଥିଲେ ।୧୯୫୨ ମସିହାରୁ ଏକ ଚାଳଘରେ ଏକ ଚାହା ଦୋକାନ ଆରମ୍ଭ କରିଥିଲେ ସ୍ୱର୍ଗତ ଦାଶ । ଯାହାକି ପରବର୍ତୀ ସମୟରେ ଗାଈ ଛେନାରୁ ପ୍ରସ୍ତୁତି କରି ସ୍ୱତନ୍ତ୍ର ଭାବେ ମିଠା ପ୍ରସ୍ତୁତି କରାଯାଇଥିଲା । ଦିନକୁ ଦିନ ଏହି ମିଠାର ଚାହିଁଦା ବଢ଼ିବରେ ଲାଗିଲା । ଆଜି ମିଠା ପାଇଁ ଏହି ଦୋକାନ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି । ସ୍ୱର୍ଗତ ଦାଶଙ୍କ ଦୁଇ ପୁଅ ବିଶ୍ୱରଞ୍ଜନ ଏବଂ ମନୋରଞ୍ଜ ପିତାଙ୍କ ପଦାନୁସରଣ କରି ଏହି ଦୋକାନକୁ ପରିଚାଳନା କରୁଛନ୍ତି । ଏହି ମିଠା ସଂପର୍କରେ ବିଶ୍ୱରଞ୍ଜନ ଦାଶ କହନ୍ତିଯେ, ମୋ ପିତାଙ୍କର ଏହି ଦୋକାନରେ ବହୁ ପ୍ରତିଷ୍ଠିତ ବ୍ୟକ୍ତିବିଶେଷଙ୍କର ଆତଯାତ ରହିଥିଲା । କେବଳ ମିଠା ଖାଇବା ସହିତ ବହୁ ଆଂଚଳିକ ଉନ୍ନୟନର କଥା ଏହି ଦୋକାନରେ ଚାଲୁଥିଲା । ଆଜି ଅନେକ ବହୁ ଉଚ୍ଚ ପଦବୀରେ ପ୍ରତିଷ୍ଠିତ ରହିଛନ୍ତି । ଅନେକ ଲୋକ ପରଲୋକ ଗମନ କଲେଣି । ହେଲେ ଏହି କୋକାନ କଥା ଲୋକେ ଭୁଲିପାରି ନାହାଁନ୍ତି । ଲକ୍‌ଡ଼ାଉନ୍ ସମୟରେ ମିଠା ପାଇଁ ଅନେକ ଲୋକ ବ୍ୟସ୍ତ ହୋଇପଡ଼ୁଥିଲେ । ହେଲେ ଆମେ ସରକାରଙ୍କ କୋଭିଡ଼୍ ନିୟମ କାନୁନରେ ମିଠା ପ୍ରସ୍ତୁତ କରି ଗ୍ରାହକ ମାନଙ୍କୁ ବିକ୍ରିକରୁଛୁ । ଆମର ସେହି ପୁରୁଣା ଆଂଚରେ ଆଜି ପର୍ଯ୍ୟନ୍ତ କ୍ୱାଲିଟ୍ ମିଠା ପ୍ରସ୍ତୁତି ଜାରି ରହିଛି । ଯାହାକି ମିଠାର ଲୋକପ୍ରିୟତା ବଜାଇ ରଖିଛୁ ।

Spread the love