120

ମା’ ଭଳି ମଧୁର ଅଟେ ମହୁ

ଆମେ ସମସ୍ତେ ମହୁ ସହିତ ଖୁବ୍ ପରିଚିତ । ମଣିଷର ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଲୋଡା ଥାଏ ମହୁ। ଠାକୁରଙ୍କ ପୂଜା ସହ ଭୋଗରେ ଲାଗି ଥାଏ ଏହି ମହୁ । ଆଉ ଏହାର ଔଷଧୟ ଗୁଣ ସମ୍ବନ୍ଧରେ ସମସ୍ତଙ୍କୁ ଉଣାଧିକ ଜଣା କିନ୍ତୁ ଏହା ସହ ମହୁରେ ରହିଛି ମା’ ପରି ଅମୃତ ଗୁଣ । ଏଥିରେ ଭିଟାମିନ ଏ, ବି, ସି ଓ ଡି ରହିଛି। ତାହା ସହ କାରବୋହାଇଡ୍ରେଟ୍‌ ପ୍ରଚୁର ପରିମାଣରେ ରହିଛି। ଫଳରେ ଶରୀରର ଶକ୍ତି ଉତ୍ପନ୍ନ କରିବା ଦିଗରେ ସହାୟକ ହୋଇଥଏ । ହୃଦୟ ରୋଗରେ ମହୁ ସହ ଅଁଳା ଚୂର୍ଣ୍ଣ ଓ ଲେମ୍ବୁ ରସ ପ୍ରତିଦିନ ଖାଇବା ଉଚିତ୍ । କୋଷ୍ଠକାଠିନ୍ୟ ଓ ମେଦ ବୃଦ୍ଧିରେ ମହୁ ଭଲ ଲାଭ ଦେଇଥାଏ ।  ଶିଶୁମାନେ ଶୋଇବା ସମୟରେ ପରିଶ୍ରା କରୁଥଲେ ମହୁକୁ ଶୋଇବା ସମୟରେ ଚଟାଇବା ଉଚିତ୍ । ଚକ୍ଷୁ ରୋଗ , କୃମି , ଚର୍ମ, ଶ୍ୱାସ, କାଶ , ଆନ୍ତ୍ରିକ ଜ୍ୱର, ସନ୍ଧି ବାତ, ଯକୃତ ଭଳି ରୋଗରେ ମହୁ ଉପ।ଦୟତା ଖୁବ୍ ଅଧିକ ରହିଛି ।
–  ଡାକ୍ତର ଚଣ୍ଡାଂଶୁ ଭୂଷଣ ସୂତାର 

Spread the love