95

କଖାରୁ ପତ୍ରର ଝୋଳ

ଆବଶ୍ୟକ ସାମଗ୍ରୀ: ୪ଟି ବଡ଼ ଆକାରର କଖାରୁ ପତ୍ର, ୧ଟି ସିଝା ଆଳୁ,୧ଟି ବଡ଼ ଟମାଟୋ, ୧ଟି ପିଆଜ, ଅଧା କପ୍ ବେସନ, ୧ ଚାମଚ ଧନିଆଗୁଣ୍ଡ,୧ ଚାମଚ ଅଦା-ରସୁଣ ପେଷ୍ଟ, ଅଧା ଚାମଚ ଲେଖାଏଁ ମିଟ୍ ମସଲା, ଗରମ ମସଲା ଜିରାଗୁଣ୍ଡ, ହଳଦିଗୁଣ୍ଡ ଓ ଲଙ୍କାଗୁଣ୍ଡ, ସ୍ୱାଦ ଅନୁଯାୟୀ ଲୁଣ ।

ପ୍ରସ୍ତୁତ ପ୍ରଣାଳୀ: ପ୍ରଥମେ କଖାରୁ ପତ୍ରକୁ ଭଲ ଭାବରେ ଧୋଇ ତାକୁ ଓଲଟା ରଖନ୍ତୁ । ଗୋଟିଏ ପାତ୍ରରେ ବେସନ, ଅଳ୍ପ ଲୁଣ, ହଳଦି ଓ ପାଣି ଦେଇ ଘୋଳ ତିଆରି କରନ୍ତୁ, ଏହା ଯେପରି ପାଣିଆ ନ ହୁଏ । ଓଲଟା କଖାରୁ ପତ୍ର ଉପରେ ବେସନର ଘୋଳ ଲଗାନ୍ତୁ । ଗୋଟିଏ ପତ୍ରରେ ବେସନର ମିଶ୍ରଣ ଲଗାନ୍ତୁ,ଯେପରି ବେସନ ବାହାରକୁ ନ ଆସେ । ଏବେ ପତ୍ରକୁ ଧୀରେ ଧୀରେ ରୋଲ୍ କରି ଧଳା ସୂତାରେ ବାନ୍ଧି ଦିଅନ୍ତୁ । ଚୁଲା ଉପରେ କଡ଼େଇ କିମ୍ବା ଷ୍ଟିମର ରେ ପାଣି ଗରମ କରି ପତ୍ରକୁ ଧୀରେ ଧୀରେ ସେଥିରେ ପକେଇ ଦିଅନ୍ତୁ । ୭୮ ମିନିଟ୍ ପରେ ତାକୁ କାଢ଼ି ଥଣ୍ଡା କରି ସୂତା ବାହାର କରନ୍ତୁ । ଏବେ ତାହାକୁ ୪/୫ ଖଣ୍ଡ ମାଛ କାଟିଲା ପରି କାଟନ୍ତୁ । କଡ଼େଇରେ ତେଲ ଗରମ କରି ପତ୍ର ଖଣ୍ଡକୁ ହାଲ୍‌କା ବାଦାମୀ ରଙ୍ଗ ହେବାଯାଏ ଭାଜି କାଢ଼ନ୍ତୁ । ଅବଶିଷ୍ଟ ତେଲରେ ପିଆଜ କାଟି ଭାଜନ୍ତୁ । ପିଆଜ ବାଦାମୀ ରଙ୍ଗ ହେଲେ ସମସ୍ତ ମସଲା ଓ ଟମାଟୋ ଭାଜନ୍ତୁ । ଭାଜି ହୋଇଗଲା ପରେ ସେଥିରେ ଆଳୁ ସିଝାକୁ ୪|୫ ଖଣ୍ଡ କରି କାଟି ପକାନ୍ତୁ । ତା’ପରେ ୨୩ କପ୍ ପାଣି ଓ ଲୁଣ ପକାନ୍ତୁ। ପାଣି ଫୁଟି ଆସିଲେ ପତ୍ରଖଣ୍ଡ ପକାଇ ତା’ ଉପରେ ଗରମ ମସଲା ପକାନ୍ତୁ । ଝୋଳ ଟିକିଏ ବହଳ ହେଲେ ଗ୍ୟାସ୍ ବନ୍ଦକରି ଘୋଡ଼ାଇ ଦିଅନ୍ତୁ । ଭାତ କିମ୍ବା ରୁଟି ସାଙ୍ଗରେ ଏହାକୁ ପରିବେଷଣ କରନ୍ତୁ ।
Spread the love