77

ରାଜ୍ୟରେ ଲାଗିରହିବ ପ୍ରବଳ ବର୍ଷା

ଭୁବନେଶ୍ବର: ଆସନ୍ତା ୧୯ ତାରିଖ ବେଳକୁ ଆଉ ଏକ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ଅଛି। ଏହାର ପ୍ରଭାବରେ ରାଜ୍ୟରେ ଅନେକ ଜାଗାରେ ବର୍ଷା ହେବାର ସମ୍ଭାବନା ରହିଛି । ପାଣିପାଗ ବିଭାଗ ସୂତ୍ର ଅନୁଯାୟୀ ଛତିଶଗଡ଼ ଉପରେ ଥିବା ଲଘୁଚାପ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉତ୍ତର ପଶ୍ଚିମ ଦିଗକୁ ଗତି କରିବା ସହ କ୍ରମଶଃ ଦୁର୍ବଳ ହେବାର ସମ୍ଭାବନା ଅଛି। ସେହିପରି ୧୯ ତାରିଖରେ ଉତ୍ତର ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ଅଛି। ପରବର୍ତ୍ତୀ ୨୪ ଘଣ୍ଟାରେ ଏହା ଅଧିକ ସକ୍ରିୟ ହୋଇ ପଶ୍ଚିମ ଦିଗକୁ ଗତି କରିବ। ଆସନ୍ତା କାଲି କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ବରଗଡ଼, ସୁନ୍ଦରଗଡ଼ ଓ ଦେବଗଡ଼ ଜିଲାର କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ସେହିପରି ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ବର୍ଷା ହୋଇପାରେ। ୧୯ ଓ ୨୦ ତାରିଖରେ ଅଧିକ ଜିଲାରେ ବର୍ଷା ହେବ। ବୁଧବାର କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର ଜିଲାରେ ପ୍ରବଳରୁ ଅତି ପ୍ରବଳ ଏବଂ ଢ଼େଙ୍କାନାଳ, କଟକ, ଅନୁଗୋଳ, କଟକ, ଭଦ୍ରକ, ଯାଜପୁର ଓ ସୁନ୍ଦରଗଡ଼ ଜିଲାର କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ।

Spread the love