କଟକ, ୧୮/୮ : କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସଂପୂର୍ଣ୍ଣ ଭାବେ ପୂଜା ବନ୍ଦ ରଖାଯାଇଛି। ଟ୍ୱିନ ସିଟିରେ ଗଣେଷ ପୂଜା ପାଇଁ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ ହୋଇଛି । କଟକ ମଙ୍ଗଳାବାଗ ଥାନା ଅନ୍ତର୍ଗତ ବକ୍ସିବଜାର ନିକଟ ବାଣୀସାହିର ଆବେଦନକାରୀ ଶିବେନ୍ଦ୍ର କୁମାର ହାତୀ (୬୫)ହାଇକୋର୍ଟରେ ଏହି ମାମଲା ରୁଜୁ କରିଛନ୍ତି। ଆବେଦନକାରୀ ମୁଖ୍ୟ ସଚିବ, ଏସ୍ଆରସି, କମିସନରେଟ ପୁଲିସ, କଟକ ଜିଲ୍ଲାପାଳ, ସିଏମସି କମିସନର ଓ ପୁଲିସ ଡିଜିଙ୍କୁ ପକ୍ଷଭୁକ୍ତ କରିଛନ୍ତି। କଣ୍ଟେନମେଣ୍ଟ ଜୋନ ବାଦ୍ ଅନ୍ୟ ସବୁଠାରେ ପୂଜା ପାଇଁ ଅନୁମତି ଦେବା ପାଇଁ ଆବେଦନ ହୋଇଛି । ପୂଜା ସମୟରେ ଆୟୋଜକ ମାନେ ସାମାଜିକ ଦୂରତା ପ୍ରତି ଧ୍ୟାନ ଦେବେ । ଧର୍ମୀୟ ପରମ୍ପରା ପାଳିବା ପ୍ରତ୍ୟେକ ବ୍ୟକ୍ତିଙ୍କ ମୌଳିକ ଅଧିକାର ଓ ପୂଜା ପାଇଁ ଅନୁମତି ଦିଆଯାଉ ବୋଲି ହାଇକୋର୍ଟରେ ମାମଲା ରୁଜୁ ହୋଇଛି । ଆଇନଜୀବୀ ବିଭୂତିଭୂଷଣ ଚୌଧୁରୀଙ୍କ ପକ୍ଷରୁ ଏହି ଜନସ୍ୱାର୍ଥ ମାମଲା ହୋଇଥିବା ସୂଚନା ମିଳିଛି । ପୂର୍ବରୁ ଟ୍ୱିନ ସିଟିର କୌଣସି ମଣ୍ଡପରେ ଗଣେଷ ପୂଜା ପାଇଁ କୌଣସି ପ୍ରକାର ଅନୁମତି ଦିଆଯାଇ ପାରିବ ନାହିଁ ବୋଲି କମିଶନରେଟ ପୋଲିସ ପକ୍ଷରୁ ସୂଚନା ଦିଆଯାଇଥିଲା ।
112