108

ଗଞ୍ଜାମରେ କରୋନା ଆକ୍ରାନ୍ତଙ୍କ ସାହାଭରସା ବିଜେପିର “ସହାୟ ଆପ “

ବ୍ରହ୍ମପୁର,୧୯/୮(ମନୋଜ ପାତ୍ର): କରୋନା କଟକାଣା ସମୟରେ ଗଞ୍ଜାମ ଜିଲ୍ଲାରେ ଆମ୍ବୁଲାନ୍ସ ସେବା ନପାଇ ସାଧାରଣ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି ।  ଏହି ପରିପ୍ରେକ୍ଷିରେ ଗଞ୍ଜାମ ଜିଲ୍ଲା ବିଜେପି ପକ୍ଷରୁ ଲୋକଙ୍କୁ ସହାୟତା ନିମନ୍ତେ ଆରମ୍ଭ କରିଛି “ସହାୟ ଆପ “। ୭୪ତମ ସ୍ୱାଧିନତା ଦିବସ ଅବସରରେ ଲୋକଙ୍କୁ ଆମ୍ବୁଲାନ୍ସ ଓ ଶବ ପରିବହନ ସୁବିଧା ଯୋଗାଇ ଦେବା ପାଇଁ ସହାୟ ନାମକ ସ୍ୱାସ୍ଥ୍ୟ ଆପର ଶୁଭାରମ୍ଭ କରାଯାଇଛି । ଏହି ଆପ ଜରିଆରେ ଜିଲ୍ଲାର ଜନସାଧାରଣ ଆମ୍ବୁଲାନ୍ସ ଓ ମେଡିକାଲ ସେବା ସୁବିଧାରେ ପାଇପାରିବେ ବୋଲି ବିଜେପି ଜିଲ୍ଲା ସଭାପତି ବିଭୂତି ଜେନା, ଭୃଗୁବକ୍ସସି ପାତ୍ର ଓ ବରିଷ୍ଠ ବିଜେପି ନେତା କାହ୍ନୁଚରଣ ପତି କହିଛନ୍ତି । ଏଥି ସହିତ ଡାକ୍ତର ମାନେ ମଧ୍ୟ ଅନଲାଇନରେ ଲୋକମାନଙ୍କ ନିକଟରେ ସେବା ଯୋଗାଇ ଦେବାକୁ ଏକ ଟୋଲ ଫ୍ରି ନମ୍ବର ୧୮୦୦୧୦୨୨୨୩୫ ରେ ଯୋଗାଯୋଗ କରିବା ପାଇଁ ବ୍ରହ୍ମପୁର ସହରବାସୀଙ୍କୁ ଜିଲ୍ଲା ବିଜେପି ପକ୍ଷରୁ ଅନୁରୋଧ କରାଯାଇଥିଲା । ଏହି ଆପ ଶୁଭାରମ୍ଭ ସମୟରେ ଶବ ଦାହ ସକାଶେ ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ରାମ କୁମାର ପାତ୍ର ଓ ଏନ.ରାଜେନ୍ଦ୍ର କୁମାରଙ୍କ ନେତୃତ୍ୱରେ ଏକ ୧୦ ଜଣିଆ ଟିମ ଗଠନ କରାଯାଇଥିଲା। କରୋନା ସଂକ୍ରମଣ ରେ ପିଡୀତ ହୋଇ ସ୍ଥାନୀୟ ଶୀତଳାପଲ୍ଲୀ କୋଭିଡ ହସ୍ପିଟାଲରେ ଚିକିତ୍ସା ସମୟରେ ମୃତ୍ୟୁ ବରଣ କରିଥିବା ଲମ୍ବୋଦର ତ୍ରିପାଠୀ ନାମକ ଜଣେ ବ୍ୟକ୍ତି ।ମୃତ ବ୍ୟକ୍ତିଙ୍କ ଶବ ଦାହ ପାଇଁ ପରିବାର ଲୋକେ ବିଜେପିର ସହାୟ ଆପ ଟୋଲଫ୍ରି ନମ୍ବର କୁ ଯୋଗାଯୋଗ କରି ଶବଦାହ କରିବା ନିମନ୍ତେ ସହଯୋଗ ମାଗିଥିଲେ । ଉକ୍ତ ପରିବାର ଲୋକଙ୍କ କଥା ରକ୍ଷା କରି ବିଜେପି ଯୁବମୋର୍ଚ୍ଚା ସଭାପତି ରାମ କୁମାର ପାତ୍ର, ଏନ ରାଜେନ୍ଦ୍ର କୁମାର, କିରଣ କୁମାର ସାହୁ,କମଳ ପାତ୍ର, ଜଗଦୀଶ ପ୍ରଧାନ, ରବୀନ କୁମାର ସାହୁ, କିଶନ ମହାରଣା, ଚନ୍ଦନ କୁମାର ସାହୁ, ସୁଶାନ୍ତ ସାହୁ ପ୍ରମୁଖଙ୍କ ଉପସ୍ଥିତିରେ ମୃତ୍ୟୁ ଲମ୍ବୋଦର ତ୍ରିପାଠୀଙ୍କ ଶବଦାହ କରାଯାଇଛି ।
Spread the love