108

କବିସୂର୍ଯ୍ୟନଗର ବିଧାୟିକାଙ୍କ ଦ୍ଵାରା କାର୍ଯ୍ୟାଦେଶ ବଣ୍ଟନ ।

ଗଞ୍ଜାମ,୨୦/୮(ମନୋଜ ପାତ୍ର):ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀର ବିଧାୟିକା ଲାତିକା ପ୍ରଧାନ ଗୁରୁବାର ଦିନ ବେଗୁନିଆପଡା ବ୍ଲକ ପରିସରରେ କାର୍ଯ୍ୟାଦେଶ ବଣ୍ଟନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ।  ଉନ୍ନୟନ ପାଣ୍ଠିରୁ ୧୫ଟି ପ୍ରକଳ୍ପ ପାଇଁ ୩୧ଲକ୍ଷ ଟଙ୍କା, ସ୍ୱତନ୍ତ୍ର ଉନ୍ନୟନ ପାଣ୍ଠିରୁ ୩ଟି ପ୍ରକଳ୍ପ ପାଇଁ ୭.୫ଲକ୍ଷ ଓ କ୍ରୀଟିକାଲ ଯୋଜନାରୁ ୩ଲକ୍ଷ ଟଙ୍କାରେ ଗୋଟିଏ ପ୍ରକଳ୍ପର କାର୍ଯ୍ୟାଦେଶ ବଣ୍ଟନ କରିଛନ୍ତି ।ଏହି କାର୍ଯ୍ୟକ୍ରମରେ ବ୍ଲକ ବିଡିଓ ଦେବବର ପ୍ରଧାନ, ନିର୍ବାହୀ ଯନ୍ତ୍ରୀ ପ୍ରଦୀପ କୁମାର ପରିଡା, ବ୍ଲକ ବିଜେଡି ସଭାପତି ବିଜୟ କୁମାର ଦୋରା ପ୍ରମୁଖ ମଞ୍ଚାସିନ ଥିଲେ । ଏହି ଅବସରରେ ବିଜେଡିର ବହୁ ଦଳୀୟ କର୍ମକର୍ତା ଉପସ୍ଥିତ ଥିଲେ ।

Spread the love