82

ଗଞ୍ଜାମ ଜିଲ୍ଲାରେ ହ୍ରାସ ପାଉଛି କରୋନା ,ଆରମ୍ଭ ହେବ” ଜିରୋ ଆକ୍ଟିଭ କେସ “ମିଶନ : ଜିଲ୍ଲାପାଳ

ବ୍ରହ୍ମପୁର,୨୧/୮(ମନୋଜ ପାତ୍ର):ଜିଲ୍ଲା ପ୍ରଶାସନ ପକ୍ଷରୁ ଶୁକ୍ରବାର ଅପରାହ୍ନରେ ସାଢ଼େ ୪ଟା ସମୟରେ ବ୍ରହ୍ମପୁର ମହାନଗର ସ୍ଥିତ ଟାଉନହାଲ ପରିସରରେ କରୋନା ପରିସ୍ଥିତି ସୁଧାରିବା ପାଇଁ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜିତ କରାଯାଇଥିଲା । ବର୍ତ୍ତମାନ ଗଞ୍ଜାମରେ କରୋନା ସ୍ଥିତି ସାମାନ୍ୟ ରହିଥିବା ବେଳେ ଆସ୍ତେ ଆସ୍ତେ କରୋନା ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି ।ଯାହା ଫଳରେ କୋଭିଡ କଟକଣାକୁ ଗଞ୍ଜାମ ଜିଲ୍ଲାରେ କିଛି ମାତ୍ରାରେ କୋହଳ କରାଯିବ ବୋଲି ସୂଚନା ଦେଇଛନ୍ତି ଜିଲ୍ଲାପାଳ । ଗଞ୍ଜାମ ଜିଲ୍ଲା ତଥା ବ୍ରହ୍ମପୁର ସହରରେ ଦୋକାନ ବଜାର ଖୋଲିବା ସମୟ ପରିବର୍ତ୍ତନ କରାଯାଇଛି ।ପରିବର୍ତ୍ତନ ସମୟ ଅନୁସାରେ ଆସନ୍ତା ସୋମବାର ଠାରୁ ସକାଳ ୫ ଟାରୁ ରାତ୍ର ୮ଟା ପର୍ଯ୍ୟନ୍ତ ଦୋକାନ ଖୋଲାଯାଇପାରିବ ବୋଲି ବିଇଏମ୍‌ସି କମିଶନର ଚକ୍ରବର୍ତ୍ତୀ ରାଠୋର ସିଂହ ସୂଚନା ଦେଇଛନ୍ତି । ବ୍ରହ୍ମପୁରରେ ସହରରେ ୧୦ ହଜାରରୁ ଉର୍ଦ୍ଧ୍ବ ବ୍ୟବସାୟୀ ରହିଛନ୍ତି।ଦୋକାନ ଖୋଲିବା ସମୟରେ ଯଦି କୌଣସି ଦୋକାନୀ ନିୟମ ଅବମାନନା କରନ୍ତି ତେବେ ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
ଏବେ ଜିଲ୍ଲାରେ କରୋନାଜନିତ ମୃତ୍ୟୁସଂଖ୍ୟା କମିବାରେ ଲାଗିଛି ଏବଂ ଜିଲ୍ଲାର ବିଭିନ୍ନ ମେଡ଼ିକାଲ, ହସ୍ପିଟାଲ,ସିଏଚସି ଏବଂ ପିଏଚସି ମାନଙ୍କରେ ଟେଷ୍ଟିଂ ବ୍ୟବସ୍ଥାକୁ ବୃଦ୍ଧି କରାଯାଇଛି । ଯଦି କୌଣସି ବ୍ୟକ୍ତିର ଲକ୍ଷଣ ଜଣାପଡେ ତେବେ ସଂଗେ ସଂଗେ ପରୀକ୍ଷା କରାଇବାକୁ ପରାମର୍ଶ ଦିଆଯାଉଛି ।କୌଣସି ବ୍ୟକ୍ତି କିଛି କାର୍ଯ୍ୟରେ ଯଦି ବାହାରକୁ ବାହାରେ ତେବେ ନିଜେ ସତର୍କତା ଅବଲମ୍ବନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଭଳି ସୂଚନା ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ । ଗଞ୍ଜାମ ଜିଲ୍ଲାରେ ଦୀର୍ଘ ଦିନ ପରେ ୨୦୦ରୁ କମ୍ ପଜିଟିଭ ଚିହ୍ନଟ ହୋଇଥିବା ନେଇ ମତଦେଇଛନ୍ତି । ଏଥିରୁ ସ୍ପଷ୍ଟ ଭାବରେ ଜଣାପଡୁଛି ଯେ କରୋନା ସଂଖ୍ୟା ବୃଦ୍ଧିରେ ରୋକ ଲାଗିଛି ।ଗଞ୍ଜାମ ଜିଲ୍ଲାରେ ଦୈନିକ ୯ ହଜାରରୁ ଅଧିକ ବ୍ୟକ୍ତିଙ୍କ ନମୁନା ପରୀକ୍ଷା କରାଯାଉଛି ।ବର୍ତ୍ତମାନ ଗଞ୍ଜାମ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ମୋଟ ୧୫,୮୮୬ ରହିଛି । ସେମାନଙ୍କ ମଧ୍ୟରୁ ଆକ୍ଟିଭ କେସ୍‌ ୧୯୩୫ ଥିବା ବେଳେ ଜିଲ୍ଲାରେ ୧୩,୭୭୩ ଜଣ ସୁସ୍ଥ ହୋଇସାରିଲେଣି । ଜିଲ୍ଲାରେ ସୁସ୍ଥତା ହାର ୮୭ ପ୍ରତିଶତକୁ ବୃଦ୍ଧି ପାଇଛି । ୭ ଦିନ ମଧ୍ୟରେ ଜିଲ୍ଲାର ୨ଟି ବ୍ଲକରୁ କୌଣସି ଆକ୍ଟିଭ କେସ ବାହାରିନଥିବା ବେଳେ ବର୍ତ୍ତମାନ ଜିଲ୍ଲାରେ ’ଜିରୋ ଆକ୍ଟିଭ କେସ’ ମିଶନ ଆରମ୍ଭ କରାଯାଉଛି ଏବଂ ଜୁଲାଇ ମାସ ଅପେକ୍ଷା ଅଗଷ୍ଟ ମାସରେ ମୃତ୍ୟୁହାର କମିଥିବା ନେଇ ଜିଲ୍ଲାପାଳ ସୂଚନା ଦେଇଛନ୍ତି ।
Spread the love