ଗଞ୍ଜାମ,୨୨/୮(ମନୋଜ ପାତ୍ର):ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ବୁରୁଝୁରୀ ପଞ୍ଚାୟତରେ ମୃତ ବ୍ୟକ୍ତିଙ୍କ ନାମରେ ରାସନ ସାମଗ୍ରୀ ହରିଲୁଟ ହେଉଥିବା ନେଇ ବେଗୁନିଆପଡା ବିଡ଼ିଓଙ୍କ ନିକଟରେ ଅଭିଯୋଗ କରିଛନ୍ତି ସ୍ଥାନୀୟ ଅଞ୍ଚଳର ଜଣେ ସମାଜସେବୀ lଉକ୍ତ ସମାଜସେବୀ ଜଣକ ହେଲେ ପି. ନୂଆଁଗାଁ ଗ୍ରାମର ବାସୁଦେବ ନାୟକ(୩୮) ଅଟନ୍ତି ।ତାଙ୍କର ଲିଖିତ ଅଭିଯୋଗ ଅନୁଯାୟୀ ବୁରୁଝୁରି ପଞ୍ଚାୟତର ଧୋବଣୀ ଗୋଛାୟତ, ଦରମାରୀ ଗୋଛାୟତ, ଉଦୟ ମହାରଣା ସମେତ କେତେକ ବ୍ୟକ୍ତି ବହୁ ଦିନ ପୂର୍ବରୁ ମୃତ୍ଯୁ ବରଣ କରିସାରିଛନ୍ତି । ତେବେ ଉପରୋକ୍ତ ବ୍ୟକ୍ତିଙ୍କ ନାମରେ ପଞ୍ଚାୟତ ପକ୍ଷରୁ ବର୍ତ୍ତମାନ ସୁଦ୍ଧା ରାସନ ସାମଗ୍ରୀ ବଣ୍ଟନ କରାଯାଉଛି l ସ୍ଥାନୀୟ ସରପଞ୍ଚ, ଯୋଗାଣ ସହାୟକ ଓ ଡିଲରଙ୍କ ମଧୁଚନ୍ଦ୍ରିକାରେ ଜନତାଙ୍କ ଅର୍ଥ ହରିଲୁଟ ହେଉଥିବା ଅଭିଯୋଗ କରିଛନ୍ତି ସମାଜସେବୀ ବାସୁଦେବ ନାୟକ lସ୍ଥାନୀୟ ପଞ୍ଚାୟତ ସରପଞ୍ଚଙ୍କ ପୁଅ ଯୋଗାଣ ସାହାୟକ ହୋଇଥିବା କାରଣରୁ ସନ୍ଦେହ ଅଧିକ ଘନୀଭୂତ ହେଉଥିବା କହିଛନ୍ତି ସମାଜସେବୀ । ଏହାର ତଦନ୍ତ କରି ବିହିତ ପଦକ୍ଷେପ ନେବାକୁ ସେ ବିଡ଼ିଓଙ୍କୁ ଲିଖିତ ଭାବେ ଜଣାଇଛନ୍ତି l ଏହାର ଏକ କିତା ନକଲ ରାଜ୍ୟ ଯୋଗାଣ ବିଭାଗ ସଚିବ(ଭୁବନେଶ୍ୱର ), ଜିଲ୍ଲାପାଳ(ଗଞ୍ଜାମ), ଆରକ୍ଷୀ ଅଧିକ୍ଷକ ଦୁର୍ନୀତି ନିବାରଣ ବିଭାଗ(ବ୍ରହ୍ମପୁର) , ଉପ ଜିଲ୍ଲାପାଳ(ଛତ୍ରପୁର)ଙ୍କୁ ପ୍ରେରଣ କରିଛନ୍ତି lଏହି ଘଟଣା ବିଷୟରେ ବିଡିଓ ବେଦବର ପ୍ରଧାନଙ୍କ ସହିତ ଯୋଗାଯୋଗ ପରେ ସେ କହିଥିଲେ ଯେ ମୁଁ ଲିଖିତ ଅଭିଯୋଗ ପତ୍ର ପାଇଛି ଏବଂ ଏହାର ସତ୍ୟାସତ୍ୟ ଜାଣିବା ପାଇଁ ଯୋଗାଣ ନିରୀକ୍ଷକଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।ଠିକ ଭାବେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଡିଓଙ୍କ ଠାରୁ ଏହି ସୂଚନା ମିଳିଛି ।
132