ନୁଆଦିଲ୍ଲୀ, ୨୩/୦୮: ସିରିଏଲ ଏବଂ ଚଳଚ୍ଚିତ୍ର ସୁଟିଂ ପାଇଁ କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଏସଓପି ଜାରି କରାଯାଇଛି । ବିଭାଗୀୟ ମନ୍ତ୍ରୀ ପ୍ରକାଶ ଜାଭେଡକର ଏନେଇ ଏସଓପି ଜାରି କରିଛନ୍ତି । ଧାରାବାହିକ ଏବଂ ଚଳଚ୍ଚିତ୍ରର ସୁଟିଂ ସମୟରେ ମାସ୍କ ଏବଂ ସାନିଟାଇଜର ବ୍ୟବହାର କରିବା ଏବଂ ସାମାଜିକ ଦୂରତା ବଜାୟ ରଖିବା ବାଧ୍ୟତାମୂଳକ କରାଯାଇଛି |କରୋନା କଟକଣା ପାଇଁ ଦୀର୍ଘ ୬ ମାସ ହେଲା ବିଭିନ୍ନ ସୁଟିଂ କାର୍ଯ୍ୟକ୍ରମ ବନ୍ଦ ଥିଲା । ତେବେ ପୂର୍ବରୁ ବିଭିନ୍ନ ରାଜ୍ୟ ପକ୍ଷରୁ ନିଜସ୍ୱ ଗାଇଡ ଲାଇନ ଜାରି କରାଯାଇଥିବା କହିଛନ୍ତି ପ୍ରକାଶ ଜାଭେଡକର । କରୋନା ଭାଇରସ ପାଇଁ ଜୀବନଯାତ୍ରା ଠପ୍ ହୋଇଯାଇଛି । କଳାକାରମାନେ ମଧ୍ୟ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଫିଲ୍ମ, ସିରିଏଲ ଆଦିର ସୁଟିଂ ବନ୍ଦ ରହିଛି । ତେବେ ପୁଣି ଥରେ ଆରମ୍ଭ ହେବ ବିଭିନ୍ନ ଚଳଚ୍ଚିତ୍ର ଓ ସିରିଏଲର ସୁଟିଂ । ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏସଓପି ଜାରି କରାଯାଇଛି । ସେ କହିଛନ୍ତି ଯେ, ଦେଶର ଅର୍ଥନୀତିର ଏକ ଗୁରୁତ୍ବପୂର୍ଣ୍ଣ ଅଙ୍ଗ ହେଉଛି ଫିଲ୍ମ ଏବଂ ଟେଲିଭିଜନ ଇଣ୍ଡଷ୍ଟ୍ରି । ଧାରାବାହିକ ଏବଂ ଚଳଚ୍ଚିତ୍ରର ସୁଟିଂ ସମୟରେ ମାସ୍କ ଏବଂ ସାନିଟାଇଜର ବ୍ୟବହାର କରିବା ଏବଂ ସାମାଜିକ ଦୂରତା ବଜାୟ ରଖିବା ବାଧ୍ୟତାମୂଳକ କରାଯାଇଛି । କେବଳ ଯେଉଁମାନେ କ୍ୟାମେରା ଆଗରେ ଅଛନ୍ତି କିମ୍ବା ଯାହାର ସୁଟିଂ ଚାଲିଛି, ସେମାନଙ୍କୁ ଏଥିରୁ ମୁକ୍ତ କରାଯିବ । ଏହା ସହ ମେକ୍ଅପ ଆର୍ଟିଷ୍ଟ ଏବଂ ହେୟାର ଷ୍ଟାଇଲିଷ୍ଟମାନଙ୍କୁ ପିପିଇ କିଟ୍ ପିନ୍ଧିବାକୁ ପଡ଼ିବା ସହ ସାମାଜିକ ଦୂରତା ଅବଲମ୍ବନ କରିବାକୁ ପଡ଼ିବ। ସ୍ବାସ୍ଥ୍ୟ ଏବଂ ଗୃହ ମନ୍ତ୍ରାଳୟର ପରାମର୍ଶ ପରେ ଏହି ଏସଓପି ଚୂଡାନ୍ତ ହୋଇଛି ବୋଲି ପ୍ରକାଶ ଜାଭେଦକର କହିଛନ୍ତି ।ଏହା ସହ ଧାରାବାହିକର ସୁଟିଂ କାର୍ଯ୍ୟ ପୁନଃ ଆରମ୍ଭ କରିବା ପାଇଁ ସୂଚନା ଏବଂ ପ୍ରସାରଣ ମନ୍ତ୍ରାଳୟ ଏକ ବିସ୍ତୃତ ଏସଓପି ଜାରି କରିଛି। ସଂକ୍ରମଣକୁ ରୋକିବା ପାଇଁ ଏଣ୍ଟ୍ରି ପଏଣ୍ଟରେ ଥର୍ମାଲ୍ ସ୍କ୍ରିନିଂ, ଫେସ୍ କଭର / ମାସ୍କର ବ୍ୟବହାର ଏବଂ ୬ ଫୁଟର ସାମାଜିକ ଦୂରତା ଅବଲମ୍ବନ କରିବା ପାଇଁ ଏସଓପିରେ କୁହାଯାଇଛି। ସ୍ୱାସ୍ଥ୍ୟ ଏବଂ ଗୃହ ମନ୍ତ୍ରାଳୟର ପରାମର୍ଶ ପରେ ଏହି ଏସଓପି ଚୂଡାନ୍ତ ହୋଇଛି ବୋଲି ପ୍ରକାଶ ଜାଭେଦକର କହିଛନ୍ତି।
73