Skip to content
ନୂଆଦିଲ୍ଲୀ ୨୩/୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରକୃତି ପ୍ରେମ ପୁଣି ଥରେ ଦେଖିବାକୁ ମିଳିଛି। ଦିଲ୍ଲୀରେ ନିଜର ସରକାରୀ ବାସଭବନ ଲୋକ କଲ୍ୟାଣ ମାର୍ଗରେ ପ୍ରଧାନମନ୍ତ୍ରୀ ମୋଦୀ ଦେଶର ଜାତୀୟ ପକ୍ଷୀ ମୟୂରକୁ ଖାଦ୍ୟ ଖୁଆଉଥିବା ଦେଖିବାକୁ ମିଳିଛି। ପ୍ରଧାନମନ୍ତ୍ରୀ ନିଜର ବାସଭବନରେ ଗ୍ରାମାଞ୍ଚଳ ପରି ଢାଞ୍ଚା ମଧ୍ୟ ତିଆରି କରିଛନ୍ତି। ଯଦ୍ଵାରା ପକ୍ଷୀ ନିଜର ବସା ତିଆରି କରି ପାରିବ। ବାସଭବନରେ ପ୍ରାକୃତିକ ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଛି। ପ୍ରଧାନମନ୍ତ୍ରୀ ମୋଦୀ ଭିଡିଓ ସହିତ ମୟୂର ସଂପର୍କିତ ଏକ କବିତା ମଧ୍ୟ ସେୟାର କରିଛନ୍ତି।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଛୋଟ ବେଳୁ ହିଁ ପଶୁପକ୍ଷୀଙ୍କ ପ୍ରତି ସ୍ନେହ ଭାବ ରହି ଆସିଛି। ନୂଆଦିଲ୍ଲୀ ସ୍ଥିତ ପ୍ରଧାନମନ୍ତ୍ରୀ ବାସଭବନ ଲୋକକଲ୍ୟାଣ ମାର୍ଗରେ ରହିଛି। ଏହା ୧୨ ଏକର ଜମିରେ ବ୍ୟାପ୍ତ। ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ମୋଟ୍ ୫ଟି ବଙ୍ଗଳା ରହିଛି। ଏହା ବ୍ୟତୀତ ସେଠାରେ ଅନେକ ବଗିଚା ରହିଛି, ଯେଉଁ ପଶୁ-ପକ୍ଷୀଙ୍କ ମୁକ୍ତ ବିଚରଣ କରିବାର ସୁବିଧା ରହିଛି। ପ୍ରଧାନମନ୍ତ୍ରୀଙ୍କ ଯେଉଁ ଭିଡିଓ ଆସିଛି, ତାହା ଦେଖି ଲାଗୁଛି ଲକ୍ଡାଉନ୍ରେ ପ୍ରଧାନମନ୍ତ୍ରୀଙ୍କ ଏହା ଦୈନନ୍ଦୀନ କାର୍ଯ୍ୟର ଏକ ଅଂଶ ଥିଲା। ସେ ହାତରେ ପ୍ଲେଟ୍ ଧରି ମୟୂରଙ୍କ ଅପେକ୍ଷା କରୁଥିବା ଫଟୋରୁ ଦେଖିବାକୁ ମିଳିଛି।