536

ବରାଡ଼ିଆ ୟୁନିୟନ ବ୍ୟାଙ୍କର ଶାଖା ପରିଚାଳକଙ୍କୁ ଅଟକ ରଖିଲେ ମହିଳା

ରାଜକନିକା,୨୪/୮( ଓଡ଼ିଆନ୍ ମିଡ଼ିଆ): ରାଜକନିକା ବ୍ଲକ୍ ଅନ୍ତର୍ଗତ ବରାଡ଼ିଆ ଠାରେ ରହିଥିବା ୟୁନିୟନ ବ୍ୟାଙ୍କର ଶାଖା ପରିଚାଳକଙ୍କୁ ଦୀର୍ଘ ଚାରି ଘଂଟା ଧରି ନୀଳମାଧବ ସ୍ୱୟଂ ସହାୟକ ଗୋଷ୍ଠୀ, ପିମ୍ପୁରୀର ମହିଳାମାନେ ଅଟକ ରଖିଛନ୍ତି । ବ୍ୟାଙ୍କର ଶାଖା ପରିଚାଳକଙ୍କ ସହିତ ତିନି ଜଣ କର୍ମଚାରୀ ପ୍ରାୟ ଚାରିଘଂଟା ବ୍ୟାଙ୍କ ଭିତରେ ଅଟକ ରଖିଛନ୍ତି । ରାତି ହୋଇଯାିଥିଲେ ମଧ୍ୟ ମହିଳାମାନେ ତାଙ୍କ ଜିଦ୍‌ରେ ଅଟଳ ରହିଛନ୍ତି । । ବ୍ୟାଙ୍କରେ ରୁଣ ଦେବା ଘଟଣାରେ ମହିଳାମାନେ ବାରମ୍ବାର ବ୍ୟାଙ୍କକୁ ଦୌଡ଼ି ଆସୁଥିଲେ । ହେଲେ ଆଜି ଜଣେ ମହିଳା ସଭ୍ୟଙ୍କୁ ଶାଖା ପରିଚାଳକ ଖରାପ ବ୍ୟବହାର କରିଥିବାର ଅଭିଯୋଗ କରି ମହିଳାମାନେ ବ୍ୟାଙ୍କ ଘେରାଉ କରି ଅଟକ ରଖିଥିବାର କହିଛନ୍ତି । ପୁଲିସ ଘଟଣାସ୍ଥଳରେ ପହଂଚି ବୁଝାସୁଝା କରି ଶାଖା ପରିଚାଳକଙ୍କ ସହିତ କର୍ମଚାରୀ ମାନଙ୍କୁ ବ୍ୟାଙ୍କ ପରିସରରୁ ଉଦ୍ଧାର କରିଛନ୍ତି । ମଙ୍ଗଳବାର ଥାନାରେ ଘଟଣାର ସମାଧାନ କରିବା ନେଇ ଉଭୟ ପକ୍ଷଙ୍କୁ କହିଥିବାର ଜଣାପଡ଼ିଛି । ଏହି ବ୍ୟାଙ୍କରେ ଲୋକମାନଙ୍କୁ ରୁଣ ଦିଆଯାଉନଥିବାର ଅଭିଯୋଗ ହେଉଛି । ବ୍ୟାଙ୍କରେ ରୁଣ ପାଇଁ ଆସିଲେ ଜଣେ ଯୁବକଙ୍କ ସହିତ ଯୋଗଯୋଗ କରିବା ନେଇ ବ୍ୟାଙ୍କ କର୍ମଚାରୀ କହୁଥିବାର ଅଭିଯୋଗ ହେଉଛି ।

Spread the love