130

ଜଙ୍ଗଲରେ ବିତାନ୍ତୁ ସମୟ, ପାଇବେ ଏହି ଲାଭ

ଆଜିର ବ୍ୟସ୍ତ ବହୁଳ ଜୀବନରେ ମଣିଷ ନିଜ ଶାରୀରିକ ଓ ମାନସିକ  ସୁସ୍ଥ ରହିବାର  କଳା ଭୁଲିଯାଇଛି। ଆଧୁନିକତାର ପ୍ରଭାବରେ ସର୍ବଦା ନିଜକୁ ମାନସିକ ଓ ଶାରିରୀକ ଭାବରେ ସୁସ୍ଥ ରଖିବାରେ ବିଫଳ ହୋଇଯାଇଛି। ଅର୍ଥ ଉପାର୍ଜନକୁ ଗୁରୁତ୍ଵ ଦେଇ ନାନାଦି ମାନସିକ ଓ ଶାରିରୀକ ରୋଗ ରେ ଶିକାର ହେଉଛି। ପ୍ରକୃତ ସମ୍ପଦ ଠାରୁ ଦୂରେଇ ଯାଇ ଭ୍ରମରେ ପଡିଯାଉଛି। କୁହାଯାଏ  ସ୍ଵାସ୍ଥ୍ୟ ହିଁ ସମ୍ପଦ, କାରଣ ଏହା ଠାରୁ କିଛି ସମ୍ପଦ ନାହିଁ। ଚିନ୍ତା କରନ୍ତୁ ସ୍ଵାସ୍ଥ୍ୟ ଠିକ୍  ନ ଥିଲେ ଆମର ସବୁ ଅସାର ହୋଇଯାଏ। ଆଜିର ମଣିଷ ପ୍ରକୃତି ଠାରୁ ବହୁ ଦୂରରେ ରହି ମାନସିକ ଓ ଶାରିରୀକ ରୋଗରେ ଶିକାର ହେଉଛି। ଫଳ ରେ ଅନିଦ୍ରା , ରକ୍ତଚାପ, ଅବସାଦ , ଭ୍ରମ, ମାନସିକ ଅସ୍ଥିରତା ଭଳି ରୋଗ  ତାକୁ ଆକ୍ରାନ୍ତ କରିଚାଲିଛି । ଏବେ ଗବେଷଣାରୁ ଜଣା ପଡ଼ିଛି  ଯଦି ଆମେ ଦୁଇ ଘଣ୍ଟା  ପ୍ରକୃତି କୋଳରେ  ବିତେଇବା ଅର୍ଥାତ୍ ପାଖ ଜଙ୍ଗଲ ହେଉ ବା ପାହାଡ କୋଳ ବା ନଦୀ ପଠାରେ ରହିଲେ ଆମର ରକ୍ତଭାର କମ୍ ହୋଇଥାଏ । ଏହାଛଡା ମାନସିକ  ସ୍ଥିରତା ମଧ୍ୟ  ହୋଇଥାଏ।  ପ୍ରକୃତି ସହ ରହିଲେ ଶରୀରର ମାଂସପେଶୀର ଉତ୍ତେଜନା କମ୍ ହୋଇଥାଏ। ଫଳରେ ଶରୀର  କଷ୍ଟ ଲାଘବ ହୋଇଥିଲା ଏବଂ ମାନସିକ ଅସ୍ଥିରତା ଓ  ଅବସାଦ ଦୂର ହୋଇଥାଏ।

ଡାକ୍ତର ଚଣ୍ଡ।°ଶୁ ଭୂଷଣ ସୂତାର

Spread the love