200

ରୋଗ ପ୍ରତିଷେଧକ ବଢାଏ ହଳଦୀ କ୍ଷୀର

ଆମ ସମସ୍ତ ଙ୍କୁ ଜଣା  ଗାଈ କ୍ଷୀର ର ଗୁଣ । ଦୁନିଆ ରେ ମା କ୍ଷୀର ପରେ ଆଉ କିଏ ଆମକୁ ବଳ ଦେଇଥାଏ ତାହା ହେଉଛି ଗାଈ କ୍ଷୀର। କିନ୍ତୁ ଯଦି ଏହି କ୍ଷୀର ରେ ଆମେ ମାତ୍ର। ଅନୁସାରେ ହଳଦୀ ର ଉପଯୋଗ କରିବା ତେବେ ତାହା ଶରୀର କୁ ସୁସ୍ଥ ରଖିବା ସହ ଅନେକ ରୋଗ ରୁ ରକ୍ଷା କରିଥାଏ। ଏହି ହଳଦୀ କ୍ଷୀର ପ୍ରସ୍ତୁତ କରିବା ପାଇଁ 250ml କ୍ଷୀର ନେଇ ସେଥିରେ ଅଧା ଚାମଚ ହଳଦୀ ଗୁଣ୍ଡ ମିଶାଇ ଅଳ୍ପ ଗରମ କରିବା। ଏହାକୁ ଉଷୁମ ଉଷୁମ ସକାଳ ଓ ସନ୍ଧ୍ୟା ରେ ପିଇବା ଉଚିତ। ଯଦି ତାଏବେଟିସ୍  ନାହିଁ ତେବେ ଏଥିରେ ଅଳ୍ପ ଚିନି ମିଶାଇ ସେବନ କରି ପାରିବେ। ଏହା ପିଇବା ଦ୍ବାରା ଆପଣ ଙ୍କ ରୋଗ ପ୍ରତିଷେଧକ ବୃଦ୍ଧି ହୋଇ ଭୂତାଣୁ, ଜୀବାଣୁ ଜନିତ ରୋଗ ଠାରୁ ମୁକ୍ତି ମିଳିଥାଏ। ଫଳରେ ଥଣ୍ଡା , କାଶ, ଶ୍ୱାସ, ଜ୍ଵର ଭଳି ରୋଗ କମ୍ ହୋଇ ଥାଏ। ହଳଦୀ ରେ କଷ୍ଟ ଲାଘବ ଶକ୍ତି ଥିବାରୁ ଏହା ମାଂସପେଶୀ , ଅସ୍ଥି, ସନ୍ଧି ଯନ୍ତ୍ରଣା ଭଳି ରୋଗ ରୁ ରକ୍ଷା କରିଥାଏ।ଏହା ଛଡା ରକ୍ତକୁ ପରିଷ୍କାର କରି ରକ୍ତ ବୃଦ୍ଧି କରିଥାଏ। ହଳଦୀ କ୍ଷୀର ଅନିଦ୍ରା କୁ ନଷ୍ଟ କରି ଭଲ ନିଦ ଆଣିଥାଏ । ବୟସ୍କ ଲୋକ ଙ୍କ ପାଇଁ ଏହା ଅମୃତ ତୁଲ୍ୟ ଅଟେ ।  ଏହି ମିଶ୍ରଣ କୁ ପ୍ରତିଦିନ ବ୍ୟବହାର କରିବା ଉଚିତ।

Spread the love