134

ନିଟ ଏବଂ ଜେଇଇ ସ୍ଥଗିତ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଟେଲିଫୋନ୍ ରେ କଥା ହେଲେ ନବୀନ

ଭୁବନେଶ୍ଵର,୨୭/୮: କରୋନା ପରିସ୍ତିତିକୁ ଦୃଷ୍ଟିରେ ରଖି ଦେଶରେ ନିଟ ଏବଂ ଜେଇଇ ପ୍ରବେଶିକା ପରୀକ୍ଷା ସ୍ଥଗିତ ରଖିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଟେଲିଫୋନ୍ ଯୋଗେ କଥା ହୋଇଛନ୍ତି। ବିଶେଷ ଭାବରେ ଓଡ଼ିଶାରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଥିବା ଓ ଏବେ ଲଘୁଚାପ ଜନିତ ବର୍ଷା ଫଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବାରୁ ନବୀନ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କ:ରି କହିଛନ୍ତି ଯେ ଏଭଳି ସମୟରେ ପରୀକ୍ଷା କରାଗଲେ ଛାତ୍ରଛାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହେବେ।
Spread the love