113

ଦୟନୀୟ ସ୍ଥିତିରେ ପ୍ରବାସୀ ଶ୍ରମିକଙ୍କ ଅବସ୍ଥା

ଗଞ୍ଜାମ,୨୭/୮(ମନୋଜ ପାତ୍ର) : ଦୟନୀୟ ସ୍ଥିତିରେ ପ୍ରବାସୀ ଶ୍ରମିକଙ୍କ ସମସ୍ୟା ଏଣୁ ସମାଧାନ ନିମନ୍ତେ ସରକାର ତୁରନ୍ତ ବ୍ୟବସ୍ଥା କରିବାକୁ ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ଦାବି ହେଉଛି lବର୍ତ୍ତମାନ କରୋନା ସଂକ୍ରମଣ ମୁକାବିଲା ନିମନ୍ତେ ସରକାର ଲକଡାଉନ ଘୋଷଣା କରିଥିବା ବେଳେ ସମସ୍ତ କଳ କାରଖାନା ଏକ ପ୍ରକାର ବନ୍ଦ ରହିଛି lଏଣୁ ବିଭିନ୍ନ ଶିଳ୍ପ ସଂସ୍ଥାରେ କାର୍ଯ୍ୟ କରୁଥିବା ବହୁ ପ୍ରବାସୀ ଶ୍ରମିକ ଅବସ୍ଥା ଅତ୍ୟନ୍ତ ଶୋଚନୀୟ ସ୍ଥିତିକୁ ଚାଲି ଆସିଛି lନିଜର ଅଭାବ ଅସୁବିଧା ନିମନ୍ତେ ବର୍ତ୍ତମାନ ପ୍ରବାସୀ ଶ୍ରମିକ ଘରେ ବସିଛନ୍ତି lଯେହେତୁ ରୋଜଗାର ବନ୍ଦ ହୋଇଯାଇଛି ତେଣୁ ଆଗାମୀ ଦିନରେ ପରିବାର ପ୍ରତିପୋଷଣ କରିବା ସେମାନଙ୍କ ନିମନ୍ତେ ଚ୍ୟାଲେଞ୍ଜ ସୃଷ୍ଟି କରିଛି lଗଞ୍ଜାମ ଜିଲ୍ଲାର ପ୍ରାୟ ୫ଲକ୍ଷ ଦାଦନ ଶ୍ରମିକ ବିଭିନ୍ନ ରାଜ୍ୟରେ କାମ କରୁଥିଲେ lକରୋନା କଟକଣା ହେତୁ ସମସ୍ତେ ଘର ମୁହାଁ ହୋଇଥିଲେ lବର୍ତ୍ତମାନ ସେମାନଙ୍କ ଜୀବିକା ବନ୍ଦ ହୋଇଯାଇଛି ଏଣୁ ସରକାର ତୁରନ୍ତ ସେମାନଙ୍କୁ ଆତ୍ମ ନିଯୁକ୍ତି ଯୋଗାଇବା ନିମନ୍ତେ ପଦେକ୍ଷପ ଗ୍ରହଣ କରିବାକୁ ଶ୍ରମିକ ସଂଗଠନ କର୍ମକର୍ତ୍ତା ଦାବି କରିଛନ୍ତି lସରକାର ନିକଟରେ ଘୋଷଣା କରିଥିବା ଆର୍ଥିକ ପ୍ୟାକେଜ ଗରିବ ଓ ଅସହାୟ ଶ୍ରମିକଙ୍କ ସମସ୍ୟା ସମାଧାନ କରିବା କ୍ଷେତ୍ରରେ ବିଫଳ lଏଣୁ ଏହିଭଳି ଘଡ଼ିଛନ୍ଦି ମୁହୂର୍ତ୍ତ ସମୟରେ ୮ ଘଣ୍ଟା ବଦଳରେ ୧୨ କାର୍ଯ୍ୟ ସମୟ ନିର୍ଦ୍ଧାରଣ ଶ୍ରମିକ ମାରଣା ନୀତି ବୋଲି କୁହାଯାଇଛି lଏଥିରେ ଗରିବ ଖଟିକିଆ ପରିବର୍ତ୍ତେ ପୁଞ୍ଜିପତି ମାନେ ବିଶେଷ ଲାଭବାନ ହେଉଛନ୍ତି ଏଣୁ ତୁରନ୍ତ ନିଷ୍ପତି ପ୍ରତ୍ୟାହାର ଦାବି କରାଯାଇଛି lପ୍ରତ୍ୟେକ ପ୍ରବାସୀ ଶ୍ରମିକଙ୍କୁ ୧୦ ହଜାର ଟଙ୍କା ସହାୟତା ରାଶି ସହାୟତା,ସମସ୍ତଙ୍କୁ ନିଯୁକ୍ତି ସୁଯୋଗ,ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ଫି ଛାଡ଼ କରିବାକୁ ଦାବି ହୋଇଛି lଏଥି ସହିତ ରାଜ୍ୟରେ ବନ୍ଦ ରହିଥିବା ସମସ୍ତ କଳ କାରଖାନା କାର୍ଯ୍ୟକ୍ଷମ କରିବାକୁ ଦାବି ହୋଇଛି l

Spread the love