ବ୍ରହ୍ମପୁର,୨୮/୮(ମନୋଜ ପାତ୍ର):ଗତକାଲି ୩ଜଣ ଦୁର୍ବତ ଜଣେ ଯୁବକଙ୍କୁ ରାସ୍ତାରେ ଅଟକାଇ ଟଙ୍କା ଲୁଟକରି ନେଇଥିବା ନିମଖଣ୍ଡି ଫାଣ୍ଡି ଅଧିକାରୀଙ୍କ ଠାରୁ ସୂଚନା ମିଳିଛି l ଘଟଣାରୁ ଜାଣିବାକୁ ମିଳିଛି ଯେ, ଲୁଚାପଡା ଗ୍ରାମର ଖଞ୍ଜିପଡ଼ିଆ ସାହି ନିବାସୀ ପିଣ୍ଟୁ ବେହେରା(୨୫) ଗତକାଲି ଯୁଗୀଆପଲ୍ଲୀରୁ ନିଜ ସ୍କୋଟି ଯୋଗେ ଘରକୁ ଫେରୁଥିବା ସମୟରେ ଗଙ୍ଗା ମନ୍ଦିର ଛକ ନିକଟରେ ତିନିଜଣ ଦୁର୍ବତ ପିଣ୍ଟୁକୁ ଅଟକାଇବା ସହ ଛୁରୀ ଦେଖାଇ ୪୩୦୦ ଟଙ୍କା ଲୁଟିନେଇ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ lଏହି ଘଟଣା ସମ୍ପର୍କରେ ନିମଖଣ୍ଡି ଫାଣ୍ଡିରେ ଅଭିଯୋଗ ହେବାପରେ ନିମଖଣ୍ଡି ଫାଣ୍ଡି ଅଧିକାରୀ ଧୋବା ସ୍ୱାଇଁ ତଦନ୍ତ କରି ଲୁଚାପଡା କ୍ରିଷ୍ଟିଆନ ସାହିର ଅର୍ଜୁନ ମାଳି(୨୧), ସୁଦର୍ଶନ ନାୟକ (୨୧) ଗେଟ ବଜାର କେନାଲ ସାହିର ଆପନେଶ୍ ସାନଭାଇ(୨୧) ଙ୍କୁ ପୋଲିସ ଗିରଫ କରି ଥାନା କେସ ନଂ ୨୪୧/୨୦ ଅନୁସାରେ ୩୯୨ ଦଫା ଅନୁଯାୟୀ ଶୁକ୍ରବାର କୋର୍ଟ ଚାଲାଣ କରାଯାଇଥିବା ନିମଖଣ୍ଡି ଫାଣ୍ଡି ଅଧିକାରୀଙ୍କ ଠାରୁ ସୂଚନା ମିଳିଛି l
160