75

ଜେଇଇ ମେନ୍ ଏବଂ ନିଟ ପରୀକ୍ଷା ପାଇଁ ସହରରେ ଲାଗୁ ହେବନି ଲକଡାଉନ ସଟଉନ୍

ଭୁବନେଶ୍ୱର୨୯/୮: ରାଜ୍ୟରେ ଜେଇଇ ମେନ୍ ଏବଂ ନିଟ ପରୀକ୍ଷା ଅନୁଷ୍ଠିତ ହେବାକୁ ଥିବା ସହରରେ ଲକଡାଉନ କିମ୍ବା ଶଟଉନ୍ ଲାଗୁ କରାଯିବ ନାହିଁ। ଏ ନେଇ ସ୍ବତନ୍ତ୍ର ରିଲିଫ କମିଶନର (ଏସଆରସି) ପ୍ରଦୀପ ଜେନା ସୂଚନା ଦେଇଛନ୍ତି।   ରାଜ୍ୟରେ ଜେଇଇ(ମେନ) ସେପ୍ଟେମ୍ବର ୧ରୁ ୬ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ସେହିପରି ଏନଇଇଟି(ୟୁଜି) ସେପ୍ଟେମ୍ବର ୧୩ ତାରିଖରେ ଅନୁଷ୍ଠିତ ହେବ । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଅଗଷ୍ଟ ୩୦ରୁ ସେପ୍ଟେମ୍ବର ୭ ତାରିଖ ପର୍ଯ୍ୟନ୍ତ ଓ ସେପ୍ଟେମ୍ବର ୧୨ରୁ ୧୪ ପର୍ଯ୍ୟନ୍ତ ଲକଡାଉନ ଓ ସଟଡାଉନ ନିୟମକୁ କୋହଳ କରିଛନ୍ତି ।ଏହା ସହିତ ପରୀକ୍ଷାର୍ଥୀ, ଅଭିଭାବକ, ପରୀକ୍ଷା ପରିଚାଳନା ସହ ସଂପୃକ୍ତ କର୍ମକର୍ତ୍ତା ଯଥା କୋର୍ଡିନେଟର, ପର୍ଯ୍ୟବେକ୍ଷାକ, କେନ୍ଦ୍ର ଅଧୀକ୍ଷକ (ସେଣ୍ଟର ସୁପରିଣ୍ଟେଣ୍ଡେଣ୍ଟ), ଉପ-କେନ୍ଦ୍ର ଅଧୀକ୍ଷକ,ସହାୟକ କର୍ମଚାରୀ, ଟେକନିକାଲ କର୍ମଚାରୀ ଆଦିଙ୍କୁ ମଧ୍ୟ ଗୋଟିଏ ସହରରୁ ପରୀକ୍ଷା ହେଉଥିବା ସହରକୁ ଯିବାକୁ ଅନୁମତି ମିଳିବ । ଛାତ୍ରଛାତ୍ରୀମାନେ ନିଜର ଆଡମିଟ କାର୍ଡର କପି ବା ସଫ୍ଟ କପି ଦେଖାଇ ଯାତ୍ରା କରିପାରିବେ । ତେବେ ପରୀକ୍ଷାକେନ୍ଦ୍ରରେ କୋଭିଡ କଟକଣା କଡାକଡ଼ିଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । କୋଭିଡ କଟକଣା ଯେପରି ଲାଗୁ ହୁଏ ସେ ନେଇ ପରୀକ୍ଷା ପରିଚାଳକ, ଜିଲ୍ଲା ପ୍ରଶାସନ ନିଶ୍ଚିତ କରିବେ ।ବିଭିନ୍ନ ଇଂଜିନିୟରିଂ କଲେଜ ହଷ୍ଟେଲ ଗୁଡିକରେ ନିଃଶୁଳ୍କରେ ପରୀକ୍ଷାର୍ଥୀ ରହିପାରିବେ। ପରୀକ୍ଷାର୍ଥୀମାନେ ନୋଡାଲ ସେଣ୍ଟରରେ ନିଜ ସମ୍ପର୍କରେ ତଥ୍ୟ ଦେଲେ, ସେମାନଙ୍କ ପାଇଁ ବସର ବ୍ୟବସ୍ଥା ମଧ୍ୟ କରାଯିବ।
Spread the love