Skip to content
ନୂଆଦିଲ୍ଲୀ,୩୧/୮: ପୂର୍ବ ଲଦାଖ ସୀମାରେ ଭାରତ ଓ ଚୀନ ସେନା ପୁଣି ମୁହାଁମୁହିଁ ହୋଇଥିବା ସୂଚନା ମିଳିଛି । ଅଗଷ୍ଟ ୨୯ ଓ ୩୦ ତାରିଖରେ ପେଙ୍ଗଙ୍ଗ ହ୍ରଦ ନିକଟରେ ମୁଡାଁମୁହିଁ ହୋଇଥିଲେ । ଭାରତ ସୀମାରେ ଅନୁପ୍ରବେଶ ଉଦ୍ୟମ କରିଥିଲେ ଚୀନ ସୈନିକ । ଫଳରେ ସେମାନଙ୍କ କଡା ଜବାବ ଦେଇଥିଲେ ଭାରତୀୟ ଯବାନ । ଏନେଇ ଚୁସୁଲରେ ଉଭୟ ଦେଶର କମାଣ୍ଡର ସ୍ତରୀୟ ବୈଠକ ଜାରି ରହିଛି ।ସୂଚନାଯୋଗ୍ୟ ଯେ, ୨୯ ଅଗଷ୍ଟ ରାତିରେ ଭାରତ ଓ ଚୀନ୍ ମଧ୍ୟରେ ହାତହାତି ହୋଇଛନ୍ତି। ମିଳିଥିବା ସୂଚନାନୁସାରେ ପେଙ୍ଗୟାଙ୍ଗ ହ୍ରଦ ନିକଟରେ ଚୀନ୍ ସେନା ଅନୁପ୍ରବେଶ କରିବାକୁ ଉଦ୍ୟମ କରୁଥିଲେ । କିନ୍ତୁ ତାହାର ଦୃଢ ଜବାବ ଦେଇଛନ୍ତି ଭାରତୀୟ ସେନା । ଉଭୟ ପକ୍ଷରୁ ବିବାଦରେ କେତେଜଣ ସୈନିକ ଆହତ ହୋଇଛନ୍ତି । ତାହା ସ୍ପଷ୍ଟ ହୋଇନାହିଁ । କିନ୍ତୁ ସରକାରଙ୍କ ପକ୍ଷରୁ କୌଣସି ସେନା ଆହତ ହୋଇଥିବା ସ୍ପଷ୍ଟ ହୋଇଛି ।କିଛି ଦିନ ତଳେ ଲଦାଖର ପୂର୍ବ ଅଞ୍ଚଳରେ ଭାରତ-ଚୀନ୍ ସେନା ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା । ଯେଉଁଥିରେ କି ଭାରତର ଅନେକ ଜଣ ଯବାନ ସହିଦ ହୋଇଥିବା ବେଳେ ଚୀନ୍ ୭୦ରୁ ଅଧିକ ସେନା ମୃତାହାତ ହୋଇଥିବା ଖବର ଆସିଥିଲା । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଚୀନ୍ର ପକ୍ଷରୁ ସ୍ପଷ୍ଟ କରିନାହିଁ ଯେ, କେତେ ଜଣ ସୈନିକି ମୃତାହତ ହୋଇଛନ୍ତି । ଏହାପରେ ଉଭୟ ଦେଶ ମଧ୍ୟରେ ବିବାଦ ଦେଖାଦେଇଥିଲା । ସୀମାରେ ଉତ୍ତେଜନାକୁ ଦୃଷ୍ଟିରେ ରଖି ସୀମାରେ ଭାରତ ଓ ଚୀନ୍ ନିଜ ନିଜର ଶକ୍ତି ବୃଦ୍ଧି କରିବାରେ ଲାଗିଥିଲେ । ଉଭୟ ଦେଶର ବରିଷ୍ଠ ଅଧିକାରୀଙ୍କ ମଧ୍ୟରେ ଅନେକ ଥରର ଆଲୋଚନା କରାଯାଇଥିଲା ।ଗୋଟିଏ ପଟେ ବିବାଦକୁ ନେଇ ଆଲୋଚନା ଚାଲୁଥିବା ବେଳେ ଭାରତର ପେଙ୍ଗଙ୍ଗ୍ ହ୍ରଦ ନିକଟରେ ଅନୁପ୍ରବେଶ କରିବାକୁ ଉଦ୍ୟମ କରିଥିଲା । ଯାହାକୁ କଡ଼ା ବିରୋଧ କରିଥିଲେ ଭାରତୀୟ ସେନା । ପରେ ଉଭୟ ଦେଶର ସୈନିକଙ୍କ ମଧ୍ୟରେ ହିଂସା ହୋଇଥିବାର ଖବର ଆସୁଛି ।